Webportal

ସତର୍କତା ଅବଲମ୍ବନ କରୁନାହାନ୍ତି ଗାଡିଚାଳକ,ବେପରୁଆ ଗାଡିଚାଳନା ନେଲା ବହୁମୂଲ୍ୟ ଜୀବନ

0 397

ଏପରି ଖବର ଲେଖିବାକୁ ଦୁଃଖ ବହୁତ ଲାଗୁଛି, କିନ୍ତୁ ପେଶା ହେଇଛି ଆପଣମାନଙ୍କ ପାଖରେ ଖବର ପହଞ୍ଚାଇବା।ତେଣୁ ବେଦନାର ସହ ପରିବେଷଣ କରିବାକୁ ପଡୁଛି।ରାତି ଅନିଦ୍ରାରେ ଗାଡି ଚଳାଇବା, ଦ୍ରୁତ ଗତିରେ ଚଳାଇବା, ରୋଡ଼ ଟିକସ ନେଇ ମଧ୍ୟ ସରକାରଙ୍କ ଦ୍ଵାରା ମରଣାନ୍ତକ ରାଜପଥ ର ସୁବିଧା ଆଦି ନାନା କାରଣ ପାଇଁ ପୁଣି ସଡକ ଦୁର୍ଘଟଣାରେ ଖୁସିରେ ତୀର୍ଥ ଭ୍ରମଣରେ ଯାଉଥିବା ଲୋକଙ୍କ ମୃତ୍ୟୁ।ଅନୁଗୁଳ ଜିଲ୍ଲାର ଜାତୀୟ ରାଜପଥ ୫୫ ର ଗୁରୁଣ୍ଡୁ ଠାରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ ବୋଲେରୋକୁ ସୁଶୀଲ ନାମକ ନାଇଟକୋଚ ବସ ଧକ୍କା ଦେଇଛି ଯେଉଁଥିରେ ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ରାୟପୁରରୁ ଡ୍ରାଇଭର ସହ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକ ବୋଲେରୋରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିବା ସମୟରେ ରାତି ପ୍ରାୟ ୨ ଟା ବେଳେ ଜାତୀୟ ରାଜପଥ ୫୫ର ଗୁରୁଣ୍ଡୁ ଠାରେ ଭୁବନେଶ୍ଵରରୁ ଇବ ଅଭିମୁଖେ ଯାଉଥିବା ସୁଶୀଲ ନାମକ ନାଇଟକୋଚ ବସ ବୋଲେକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବୋଲେରୋରେ ଥିବା ଡ୍ରାଇଭର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ରହିଛି । ସ୍ଥାନୀୟ ଲୋକ ଓ ପୋଲିସ ଖବର ପାଇ ଘଟଣା ସ୍ଥଳରୁ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲାପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ଯେଉଁଠି ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତରିତ କରା ଯାଇଛି । ମୁତାହତ ମାନେ ଗୋଟିଏ ପରିବାର ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.