Webportal

ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ

0 253

ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ମାସର ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଅଧ୍ୟକ୍ଷତା କରିଥିଲେ। ବୈଠକ ରେ ଦୁର୍ଘଟଣା ଜନିତ ମୁଖ୍ୟ କାରଣ ତଥା ରାସ୍ତାଘାଟ ର ଦୂରବସ୍ଥା, ମୋବାଇଲ୍ ରେ କଥା ହେଇ ଗାଡ଼ି ଚଳାଇବା, ନିଶାରେ ଗାଡ଼ି ଚଳାଇବା, ବିନା ହେଲମେଟ ରେ ଗାଡ଼ି ଚଲାଇବା ଇତ୍ୟାଦି ବିଷୟ ରେ ଆଲୋଚନା ହୋଇଥିଲା। ପଞ୍ଚମହଲା ଛକ ଦୁର୍ଘଟଣାର ଏକ କେନ୍ଦ୍ର ପାଲୋଟିଯାଇଥିବାରୁ, ସେଠାରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଗତ ସେପ୍ଟେମ୍ବର ମାସରେ ଘଟିଥିବା ମୋଟ ଦୁର୍ଘଟଣା ୨୮ ଟି ହୋଇଥିବା ବେଳେ, ସେଥିରୁ ରାଷ୍ଟ୍ରୀୟ ରାଜମାର୍ଗ ୫୫ ରେ ୧୬ ଗୋଟି ଦୁର୍ଘଟଣା ଘଟିଥିବାରୁ, ରାଷ୍ଟ୍ରୀୟ ରାଜମାର୍ଗ ଢେଙ୍କାନାଳ ଶାଖା ଅଧିକାରୀଙ୍କୁ ଏଫ୍ସିଆଇ ଛକ, କୁଲାଡ ଓ ହୁଲୁରିଶୀଙ୍ଘା ଠାରୁ ଆଞ୍ଚଳିକ ପରିବହନ କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତା ର ମରାମତି କରିବା ପାଇଁ ନିର୍ଦ୍ଦେଶ ବୈଠକ ରେ ଦିଆଗଲା। ସେହିପରି ଗତ ସେପ୍ଟେମ୍ବର ରେ ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧୧ ହୋଇଥିବା ବେଳେ ଆହତ ସଂଖ୍ୟା ୧୨ ହୋଇଥିବା ବୈଠକରୁ ଜଣାପଡିଛି। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ରାଜଗୁରୁ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଶ୍ରୀ ଶିବାନନ୍ଦ ମହାନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିଖିଳ ପଟ୍ଟନାୟକ, ରାଷ୍ଟ୍ରୀୟ ରାଜମାର୍ଗ ଢେଙ୍କାନାଳ ଶାଖା ର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସତ୍ୟବାନ୍ ନାୟକ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.