Webportal

ସଂଯୋଗ ମାତ୍ର ;ଇଡି ସମନ୍ ମିଳିବା ପରେ କରୋନା ସଂକ୍ରମିତ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

0 133

କରୋନା ପଞ୍ଝାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ | ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିବା ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ୱାଲା ସୂଚନା ଦେଇଛନ୍ତି । ସୋନିଆ ଗତ କିଛି ଦିନ ଧରି ଯେଉଁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିଥିଲେ, ସେମାନଙ୍କ ମଧ୍ୟରୁ କିଛିଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରଣଦୀପ କହିଛନ୍ତି ।

ରଣଦୀପଙ୍କ କହିବାନୁସାରେ, ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଧବାର ଭଲ ନଥିଲା । ସନ୍ଧ୍ୟାରେ ଜ୍ୱର ଆସିଥିଲା । ଏହାପରେ ସେ ତୁରନ୍ତ କୋଭିଡ୍ ଟେଷ୍ଟ୍ କରିଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୋନିଆ ନିଜକୁ ଆଇସୋଲେସନରେ ରଖିଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଛି । ସେ ଧିରେଧିରେ ସୁସ୍ଥ ହେଉଛନ୍ତି । ଜୁନ ୮ ତାରିଖ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଜୁନ୍‌ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିବା ପାଇଁ ଡକାଇଛି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ସହ ଜଡିତ ମାମଲାରେ ଏହି ତଦନ୍ତ କରାଯିବ। ଏହି ମାମଲାରେ ସୋନିଆଙ୍କ ସମେତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଇଡି ପଚରାଉଚରା କରିବା ପାଇଁ ନୋଟିସ ଜାରି କରିଛି। ତେବେ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟ ରେ ସୋନିଆ ଗାନ୍ଧି ସୁସ୍ଥ ହୋଇଯିବେ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଆଶା କରିଛନ୍ତି।

Leave A Reply

Your email address will not be published.