Webportal

ଷ୍ଟାଫନର୍ସଙ୍କ ଅତି ବେପରୁଆ ମନୋଭାବ ଯୋଗୁଁ ମାସେ ପର୍ଯ୍ୟନ୍ତ ଭଙ୍ଗାଛୁଞ୍ଚି ଦେହରେ ରହି କଷ୍ଟ ପାଇଲା କୋମଳମତି ଶିଶୁ

0 206

୩୦ ଦିନ ତଳେ ଇଞ୍ଜେକ୍ସନ ଦେବା ହେଲା କାଳ, ଇଞ୍ଜେକ୍ସନ ଦେବା ସମୟରେ ଭାଙ୍ଗିଥିଲା ନିଡ଼ିଲ । ୩୦ ଦିନ ପରେ ଶିଶୁର ସମ୍ବେଦନଶୀଳ ଜାଗାରେ ନିଡ଼ିଲଟି ଅଧା ବହାରିଥିବା ଦେଖିବାକୁ ମିଳିଛି । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ମାଧପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ,ଯେଉଁଠି ଶିଶୁକୁ ଥଣ୍ଡା ରୋଗ ଭଲ କରିବା ପାଇଁ ଷ୍ଟାଫ ନର୍ସ ସ୍ୱୟଂଜିତ ପଣ୍ଡା ନାମକ ଅଢେଇ ବର୍ଷର ଶିଶୁକୁ ଅଣ୍ଟାରେ ଇଂଞ୍ଜେକ୍ସନ ଦେବାବେଳେ ଅଣ୍ଟାରେ ରହିଯାଇଥିଲା ନିଡିଲ । କିନ୍ତୁ ସେତେବେଳେ ନର୍ସ ଏ ସମ୍ପର୍କରେ କାହାକୁୁ କିଛି ଜଣାଇ ନଥିଲେ କି ପରିବାର ଲୋକ ଏ ସମ୍ପର୍କରେ କିଛି ଜାଣି ନଥିଲେ । ଆଜି ସକାଳେ ଶିଶୁଟିର ସମ୍ବେଦନ ଶୀଳ ଜାଗାରେ ନିଡିଲ ଟି ବାହାରିଥିବା ଦେଖିବାକୁ ମିଳିବା ପରେ ପୁନର୍ବାର ତାକୁ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଯେଉଁଠାରୁ ତାକୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଦିଆଯାଇଥିଲା।ସେଠାରେ ଅସହ୍ୟ ଯନ୍ତ୍ରଣା ପାଉଥିବା ଶିଶୁ ଶରୀରରୁ ଛୁଞ୍ଚିକୁ ଡାକ୍ତର ବାହାର କରି ଦେଇଛନ୍ତି।

Leave A Reply

Your email address will not be published.