Webportal

ଶୁଣନ୍ତୁ ପାଣ୍ଡିୟାନ ବାବୁ ; ଶବକୁ ୮ କିମି ବୋହିଲେ ପରିବାର ଲୋକ

0 278

ଶବକୁ ୮ କିମି ବୋହିଲେ ପରିବାର ଲୋକ।ଆଠ କିଲୋମିଟର ଶବକୁ କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ ।ସୂଚନା ଅନୁଯାୟୀ, ସରଧାପୁର ଗାଁର ନରେନ୍ଦ୍ର ମାଝୀଙ୍କ ପତ୍ନୀ ଦେମାଲି ମାଝୀ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପରେ ତାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେରେ ଭର୍ତ୍ତି କରାଯାଇଥିଲେ। ହେଲେ ସକାଳ ପ୍ରାୟ ୯ଟା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଏହା ପରେ ପରିବାର ଲୋକ ଦେମତୀଙ୍କ ଶବକୁ କାନ୍ଧରେ ବୋହି ଗାଁକୁ ନେଇଥିଲେ।ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି ମୃତ୍ୟୁ ପରେ ସେମାନେ ଶବବାହକ ଗାଡ଼ିକୁ ଯୋଗାଯୋଗ କରିଥିଲେ ଏବଂ ପ୍ରାୟ ୩ ଘଣ୍ଟା ପରେ ବି କୌଣସି ଗାଡ଼ି ଆସିନଥିଲା। ଫଳରେ ବାଧ୍ୟ ହୋଇ ସେମାନେ ଶବକୁ କାନ୍ଧରେ ବୋହି ଦୀର୍ଘ ୮ କିଲୋମିଟର ଦୂର ସରଧାପୁର ଗାଁକୁ ନେଇଥିଲେ।

Leave A Reply

Your email address will not be published.