Webportal

ଲୋକ ନ ମାନିବାରୁ କଡା ହେଲା କଟକଣା

0 378

କରୋନା ର ଭୟାବହତା ରୁ ରକ୍ଷା ପାଇବା ପାଇଁ ଅନେକ ସଚେତନତା ଅଭିଯାନ ସତ୍ତ୍ୱେ ସାଧାରଣ ଲୋକ ମାନେ ଏହାକୁ ମାନୁ ନ ଥିବା ଦେଖାଯାଉଛି।ଏଥିପାଇଁ ଅନୁଗୁଳ ଜିଲ୍ଲାରେ ରାସ୍ତାରେ ଗଡୁଥିବା ସମସ୍ତ ଯାନବାହନ ଯାଞ୍ଚ କଡାକଡି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଅତି ଆବଶ୍ୟକ ନ ଥାଇ ବାହାରକୁ ବାହାରିଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପନିପରିବା ଓ ଫଳ ଦୋକାନ ମାନଙ୍କରେ ଅହେତୁକ ଭିଡ଼ ଜମୁଥିବାରୁ ସେଗୁଡିକୁ ବନ୍ଦ କରି ଅନୁଗୁଳ ସହରର ସମସ୍ତ ୱାର୍ଡରେ ଅସ୍ଥାୟୀ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଜିଲ୍ଲାରେ ବାହାରୁ ଆସିଥିବା/ଆସୁଥିବା ସମସ୍ତ ଲୋକଙ୍କ ତଥ୍ୟ ସଂଗ୍ରହ କରାଯିବ ଓ ଆବଶ୍ୟକ ଅନୁଯାୟୀ ସେମାନଙ୍କ ଚିକିତ୍ସା/ଆଇସୋଲେସନ ବ୍ୟବସ୍ଥା କରାଯିବ।

ଅନୁଗୁଳ ଜିଲ୍ଲାରୁ ବାହାରକୁ ନିଜସ୍ୱ ଗାଡି ନେଇ ଯିବାକୁ ଚାହୁଁଥିବା ଲୋକଙ୍କୁ ୧୦୦ ନମ୍ବର ରେ ଡାଏଲ କରି ଅନୁମତି ନେବାକୁ ପଡିବ।

ସେପଟେ ଆସନ୍ତା କାଲି ଦିନ ୧୧ରୁ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ ରହିବ।ଆଜି ରାତିରୁ ସିଟିବସ ଚଳାଚଳ ମଧ୍ୟ ବନ୍ଦ ରହିବ।

ଆସନ୍ତା ୬ ମାସ ପାଇଁ ରାଜ୍ୟରେ ସଫେଇ ଓ ଜଳଯୋଗାଣ କର୍ମଚାରୀଙ୍କ ଉପରେ ଏସମା ଲାଗୁ କରାଯାଇଛି।

ଆସନ୍ତା କାଲି ଠାରୁ ଆଉ ୯ ଟି ଜିଲ୍ଲାରେ ତାଲାବନ୍ଦ ଲାଗୁହେବ।

Leave A Reply

Your email address will not be published.