Webportal

ଲକ ଡାଉନ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

0 617

ଅନୁଗୁଳ ଜିଲ୍ଲାକୁ ୨୯ ମାର୍ଚ୍ଚ ରାତି ୯ ପର୍ଯ୍ୟନ୍ତ ଲକ ଡାଉନ କରାଯାଇଥିବା ପରିପ୍ରେକ୍ଷୀରେ ଏହାକୁ ସୁନିଶ୍ଚିତ କରିବା ପାଇଁ ଅନୁଗୁଳ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଏଥିପାଇଁ ଜିଲ୍ଲାର ୨୨ ଟି ପୋଲିସ ଷ୍ଟେସନ ପାଇଁ ଜଣେ ଜଣେ ପୋଲିସ ଅଫିସରଙ୍କ ନେତୃତ୍ୱରେ ୮୦ ଟି ମୋବାଇଲ ପାଟ୍ରୋଲିଂ ଦଳ ଗଠନ କରାଯାଇଛି।ଏହା ସହିତ ପ୍ରତ୍ୟେକ ଥାନା ପାଇଁ ଜଣେ ଲେଖାଏଁ ଏକ୍ସଜିକ୍ୟୁଟିଭ ମାଜିଷ୍ଟ୍ରେଟ ମୁତୟନ କରାଯାଇଛି।ସାରା ଜିଲ୍ଲାରେ ଆଇଆଇସି ମାନଙ୍କ ତତ୍ୱାବଧାନରେ ୯୫ ପୋଲିସ ଅଫିସର,୧୬୦ ପୋଲିସ କର୍ମଚାରୀ ଓ ୫ ପ୍ଲାଟୁନ ଫୋର୍ସ ଏହା ତଦାରଖ କରୁଛନ୍ତି। ଏସ୍ଡିପିଓ ଓ ଅତିରିକ୍ତ ଏସ୍ପି ମାନେ ସୁପରିଚାଳନା ପାଇଁ ତଦାରଖ କରୁଛନ୍ତି। ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଲକ ଡାଉନ ସୁନିଶ୍ଚିତ କରିବା କାର୍ଯ୍ୟରେ ୨ଜଣ ଆଡ଼ିସ୍ନାଲ ଏସ୍ପି,୩ଜଣ ଡେପୁଟି ଏସ୍ପି, ୨୦ଜଣ ଇନ୍ସପେକ୍ଟର,୩୬ଜଣ ଏସ ଆଇ,୩୪ଜଣ ଏ ଏସ ଆଇ,୧୬୦ଜଣ କନେଷ୍ଟବଳ/ଏପିଆର ଆଦି,୫ପ୍ଲାଟୁନ ଫୋର୍ସ ଓ ୮୦ ମୋବାଇଲ ପାଟ୍ରୋଲିଂ ଦଳ ନିୟୋଜିତ ଅଛନ୍ତି।

Leave A Reply

Your email address will not be published.