Webportal

ରାନିଲଙ୍କ ନିର୍ଦ୍ଦେଶ ପାଳନ କଲାନି ସେନା, ଗୁଳି ଚଳାଇବାକୁ ମନା କଲା

0 157

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ଶ୍ରୀଲଙ୍କା ସେନା ପ୍ରତ୍ୟାଖ୍ୟାନ କରିଛି। ଶ୍ରୀଲଙ୍କାର ଲୋକମାନେ ଅଭାବ ଅନଟନରୁ ମୁକ୍ତି ପାଇଁ ଆନ୍ଦୋଳନ କରୁଛନ୍ତି।

ସେମାନଙ୍କ ଉପରେ ଗୁଳି ଚଳାଇଲେ ସେନା ଜନ ବିରୋଧୀ ବୋଲି ବିବେଚିତ ହେବ। ଏହି କାରଣ ଦର୍ଶାଇ ଶ୍ରୀଲଙ୍କା ସେନା ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚାଳନା ପାଇଁ ମନା କରିଛି। ଇତିମଧ୍ୟରେ ଶ୍ରୀଲଙ୍କା ସେନା ପକ୍ଷରୁ ଆଜି ଏହାର ସଦସ୍ୟ ଏବଂ ପୁଲିସକୁ ଜନ ଜୀବନ ଏବଂ ସମ୍ପତ୍ତି ନଷ୍ଟ ବନ୍ଦ କରିବାପାଇଁ ଆବଶ୍ୟକୀୟ କ୍ଷମତା ପ୍ରୟୋଗ କରିବାପାଇଁ କୁହାଯାଇଛି।

Leave A Reply

Your email address will not be published.