Webportal

ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ 

0 183
ଆଜି ପୂର୍ବାହ୍ନରେ ଅନୁଗୁଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଫାଇଲେରିଆ (ବାତଜ୍ବର) ନିରାକରଣ ଅଭିଯାନ ଅନ୍ତର୍ଗତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସର୍ବପ୍ରଥମେ ମୁଖ୍ୟ ଅତିଥ୍ ସର୍ବଭାରତୀୟ ସ୍ତରରେ ଆୟୋଜିତ ସାମୁହିକ ଔଷଧ ସେବନର ଶୁଭରମ୍ଭ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ଯୋଗ ଦେଇ ଓଡିଶାର ପ୍ରସ୍ତୁତିକୁ ନେଇ ତଥ୍ୟ ଉପସ୍ଥାପନ କରିଥିଲେ । କେନ୍ଦ୍ରିୟ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଯାଧବ ପ୍ରତାପ ରାଓ ଗଣପତରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଓଡିଶା ସମେତ ତେଲେଙ୍ଗାନା,ବିହାର,ଝାରଖଣ୍ଡ,କର୍ଣ୍ଣାଟକ ଓ ଊତ୍ତରପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ । ପରେ ପରେ ମଞ୍ଚାସୀନ ଅତିଥ୍‌ମାନଂକ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ ।  ଅନୁଗୋଳ ସମେତ ଓଡିଶାର ୧୧ଗୋଟି ଜିଲ୍ଲାରେ ପ୍ରାୟ ୨ କୋଟି ଜନସାଧାରଣଂକୁ ଫାଇଲେରିଆ ସାମୁହିକ ଔଷଧ ସେବନର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧ୍ ଶ୍ରୀ ଚୌଧୁରୀ ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ଏମ୍ ଅଖତାର, ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ.ନିଳକଣ୍ଠ ମିଶ୍ର, ଜିଲ୍ଲା ସ୍ତରୀୟ ଅଧିକାରୀ, ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ନିଳାଞ୍ଚଳ ପଟେଲ, ଛାତ୍ର ଛାତ୍ରୀ,ସ୍ବାସ୍ଥ୍ୟ କର୍ମୀ, ଗଣମାଧ୍ୟମର ପ୍ରତିନିଧ୍ ପ୍ରମୁଖ ଯୋଗ ଦେଇଥିଲେ ।
Leave A Reply

Your email address will not be published.