Webportal

ରାଜ୍ୟରେ ବାଜିଲା ପୌର ନିର୍ବାଚନ ବିଗୁଲ:ପଡନ୍ତୁ ସମ୍ପୂର୍ଣ୍ଣ ବିବରଣୀ

0 206

ରାଜ୍ୟର ୧୦୬ ଟି ପୌରପାଳିକା/ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ତିନୋଟି ମ୍ୟୁନିସିପାଲ କର୍ପୋରେସନ ପାଇଁ ଚଳିତ ମାର୍ଚ୍ଚ ୨୪ ରେ ନିର୍ବାଚନ ହେବ। ପୂର୍ବ ଆକଳନ ଅନୁଯାୟୀ ଅର୍ବାନ ଲୋକାଲ ବଡି ସମ୍ବଧିୟ ଏହି ଘୋଷଣା ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କରିଛନ୍ତି। ଏହି ନିର୍ବାଚନ ସମ୍ବଧିୟ ବିଜ୍ଞପ୍ତି ଫେବ୍ରୁଆରୀ ୨୮ ରେ ପ୍ରକାଶ ପାଇବ।ଏହି ଘୋଷଣା ସହିତ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ତୁରନ୍ତ ପ୍ରଭାବରୁ ଲାଗୁ ହୋଇଯାଇଛି।ଏଠାରେ ଆମେ କହିବାକୁ ଚାହୁଁଛୁ ଯେ ଏହି ନିର୍ବାଚନ ୨୦୧୮ ଓ କେତେକ ସ୍ଥାନରେ ୨୦୧୯ ରୁ ହେବାର ଥିଲା, କିନ୍ତୁ ଭିନ୍ନ ଭିନ୍ନ କାରଣରୁ ସ୍ଥଗିତ ରହିଥିଲା।

ସମୟ ସାରଣୀ :

ନିର୍ବାଚନ ସମ୍ବଧିୟ ବିଜ୍ଞପ୍ତି : ଫେବ୍ରୁଆରୀ ୨୮

ପ୍ରାର୍ଥୀପତ୍ର ଦାଖଲ : ମାର୍ଚ୍ଚ ୨ ରୁ ୭

ପ୍ରାର୍ଥୀପତ୍ର ଯାଞ୍ଚ : ମାର୍ଚ୍ଚ ୯

ପ୍ରାର୍ଥୀପତ୍ର ପ୍ରତ୍ୟାହାର : ମାର୍ଚ୍ଚ ୧୪ ପର୍ଯ୍ୟନ୍ତ

ନିର୍ବାଚନ : ମାର୍ଚ୍ଚ ୨୪

ଭୋଟ ଗଣନା : ମାର୍ଚ୍ଚ ୨୬

ଡେପୁଟି ମେୟର ନିର୍ବାଚନ : ଅପ୍ରେଲ ୮

ଭାଇସ ଚେୟାରମ୍ୟାନ ନିର୍ବାଚନ : ଅପ୍ରେଲ ୭

 

ବିବରଣୀ:

୪୭ ମ୍ୟୁନିସିପାଳିଟି ବା ପୌରପାଳିକା

୫୯ ବିଜ୍ଞାପନ ଅଞ୍ଚଳ ପରିଷଦ

ସମୁଦାୟ ୱାର୍ଡ ସଂଖ୍ୟା:୧୭୩୧

ମୋଟ ବୁଥ : ୩୦୩୦

ମୋଟ ଭୋଟର : ୨୭ ଲକ୍ଷରୁ ଉର୍ଦ୍ଧ୍ବ

୩ ମ୍ୟୁନିସିପାଲ କର୍ପୋରେସନ

ୱାର୍ଡ ସଂଖ୍ୟା: ୧୬୮

ବୁଥ ସଂଖ୍ୟା: ୧୪୦୭

ଭୋଟର ସଂଖ୍ୟା : ୧୪ ଲକ୍ଷରୁ ଉର୍ଦ୍ଧ୍ବ

 

ପ୍ରମୁଖ ବିବରଣୀ

କର୍ପୋରେସନ ରେ ମେୟର ଓ ମ୍ୟୁନିସିପାଳିଟି/ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ

ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ରହିବ, ଗୋଟିଏ କର୍ପୋରେଟର/କାଉନସିଲର ଓ ଅନ୍ୟଟି ମେୟର/ଚେୟାରପର୍ଶନ ପାଇଁ

ନୋଟା ବିକଳ୍ପ ରହିବ

Leave A Reply

Your email address will not be published.