Webportal

ରାଉରକେଲା ଆଇନ ଅବମାନନା ଘଟଣାରେ ଚୁପ ରହିବା ସୃଷ୍ଟି କରିଛି ପ୍ରଶ୍ନବାଚୀ:କେବେ କଡା କାର୍ଯ୍ୟାନୁଷ୍ଠାନ

0 348

ଗତ କିଛି ଦିନର ରାଉରକେଲା ରେ ଘଟିଥିବା ଘଟଣାବଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛି।

ପ୍ରଥମେ କିଛି ଲୋକଙ୍କ ଦ୍ୱାରା ଜୋର ଜବରଦସ୍ତ କଣ୍ଟେନମେଣ୍ଟ ଅଞ୍ଚଳ ରେ ଭଙ୍ଗାରୁଜା କରି ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମରାଗଲା।ପରେ ଅଳ୍ପ କିଛି ଲୋକଙ୍କୁ ଗିରଫ କରାଗଲା।ଏବେ ପୁନର୍ବାର ଆଠ ତାରିଖରେ କୋଭିଡ କଟକଣା ମଧ୍ୟରେ ଏକ ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ
ମଧ୍ୟ ପୋଲିସ ପକ୍ଷରୁ ରୋକା ଗଲାନାହିଁ ଓ ସ୍ଥାନୀୟ ମିଡ଼ିଆ ମଧ୍ୟ ଖବର ସଂଗ୍ରହ କଲାନାହିଁ।କୌଣସି ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ରଖା ଗଲା ନାହିଁ।ଏଭଳି ଶୋଭାଯାତ୍ରା ଗୋଷ୍ଟି ସଂକ୍ରମଣ ଆଶଙ୍କା ସୃଷ୍ଟି କରିଛି।

ଏଥିରୁ ପରିଷ୍କାର ଜଣା ଯାଉଛି ଯେ ପୋଲିସ, ରାଜନୈତିକ ବ୍ୟକ୍ତି ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭିତରେ ଏକ ଭୟ ବା ଅନ୍ୟ କୌଣସି କାରଣ ରହୁଛି ସେହି ଆଇନ ଭାଙ୍ଗି ଗୁଣ୍ଡାରାଜ କରୁଥିବା ବ୍ୟକ୍ତି ମାନଙ୍କ ଠାରୁ।

ବଡ଼ ପ୍ରଶ୍ନ କଣ ରାଜ୍ୟ ପୋଲିସ ଏତେ ଅକ୍ଷମ? ଏହା ଆଦୌ ଗ୍ରହଣୀୟ ନୁହେଁ।ତାହାହେଲେ କାହିଁକି କିଛି ନିର୍ଦ୍ଦିଷ୍ଟ ଲୋକ କରୁଥିବା ଘୋର ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ କୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠୁଛି।

ଆମ ନେତାମାନେ କଣ ସତରେ ସୁବିଧାବାଦୀ? କାରଣ ନେତା ମାନେ ମଧ୍ୟ ଚୁପ ଅଛନ୍ତି।

ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ କଣ ଆଇନ କେବଳ ସାଧାରଣ ନିରୀହ ଲୋକଙ୍କ ପାଇଁ।କାରଣ ଯଦି ସାଧାରଣ ଲୋକଟିଏ ହେଲମେଟ ବା ମାସ୍କ ନ ପିନ୍ଧୁଛି କିମ୍ବା କଟକଣା ସମୟରେ ଜରୁରୀ କାମରେ ଘରୁ ବାହାରୁଛି ତେବେ ଫାଇନ ଦେବା ସହ ସମୟ ସମୟରେ ପୋଲିସ ଆକ୍ରୋଶର ଶିକାର ହେଇ ମାଡ଼ ମଧ୍ୟ ଖାଉଛି।କିନ୍ତୁ କିଛି ଲୋକ ସ୍ପଷ୍ଟ ଦିବାଲୋକରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୋଡେଇ ଗୋଡେଇ ପିଟିଲେ ବି ଉଦାହରଣ ସୃଷ୍ଟି କରିବା ଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ଏ ସମସ୍ତ ପ୍ରଶ୍ନର ଉତ୍ତର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଶ୍ଚିତ ଭାବେ ଲୋକଙ୍କ ସାମନାରେ ରଖିବେ ବୋଲି ଆଶା ଓ ବିଶ୍ୱାସ।

Leave A Reply

Your email address will not be published.