Webportal

ରକ୍ଷକ ଯଦି ସାଜେ ଭକ୍ଷକ:ସରକାର ଓ ସରକାରୀ ବାବୁଙ୍କ ଅନୁମୋଦନରେ ମଦ ବ୍ୟବସାୟ ନଷ୍ଟ କରୁଛି ସମାଜକୁ

0 271

ମଦର ନାନା ପ୍ରକାର ଖରାପ କରାମତି କଥା ସମସ୍ତେ ଜାଣନ୍ତି।ମଦ ପିଇ ସମାଜର ସମସ୍ତ ଶ୍ରେଣୀର ଲୋକମାନେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି ଯା ଫଳରେ ନୀତିଦିନ ଅପରାଧ ହୋଇ ଚାଲିଛି। ମଦ ନିଶାରେ ଗଣ୍ଡଗୋଳ, ହତ୍ୟା, ବଳାତ୍କାର, ଘର ଭାଙ୍ଗିବା ଓ ଅନେକ ଛୋଟ ବଡ ଅପରାଧ ହେଇ ଚାଲିଛି।ମଦ ବିକ୍ରି ନ ହେଲେ ଏସବୁ ହେବା ଏକ ପ୍ରକାର ଅସମ୍ଭବ।କିନ୍ତୁ ଯେଉଁ ସରକାର ମାନେ ମଦ୍ୟପ ଓ ମଦ ପିଇ ଅପରାଧ କରିଥିବା ଲୋକଙ୍କୁ ଦଣ୍ଡ ଦେଉଛନ୍ତି, ସେଇ ସରକାର ରାଜସ୍ୱ ଲୋଭରେ ପ୍ରବଳ ମାତ୍ରାରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇ ପ୍ରତ୍ୟକ୍ଷ ଭାବେ ଲୋକଙ୍କୁ ମଦ ପିଇବାକୁ ଉତ୍ସାହିତ କରୁଛନ୍ତି।ଯଦି କେଉଁଠି ମଦ ଦୋକାନ ଖୋଲିବାକୁ ନେଇ ବିରୋଧ ହେଉଛି ତେବେ ସରକାରୀ ବାବୁମାନେ କଳେ ବଳେ କୌଶଳେ ମଦ ଦୋକାନ ଖୋଲେଇ ଦେଉଛନ୍ତି। ତେଣୁ ଯେଉଁମାନେ ସମାଜର ରକ୍ଷକ ସେମାନେ ମଦ ବିକ୍ରି କୁ ଉତ୍ସାହିତ କରି ଭକ୍ଷକ ସାଜିଛନ୍ତି।ଏ ଦିଗରେ ସରକାର ମାନଙ୍କୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।।   

 

Leave A Reply

Your email address will not be published.