Webportal

ଯୌତୁକ ଜନିତ ହତ୍ୟା ଅଭିଯୋଗ

0 210

ଖୋର୍ଦ୍ଧାଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମର ବ୍ରଜ ପ୍ରଧାନଙ୍କ ପୁଅ ମିଥୁନ ପ୍ରଧାନ ଗତ ୬ ମାସ ପୂର୍ବେ ପୁରୀ ଜିଲ୍ଲା ଲକ୍ଷ୍ମୀନାରାୟଣପୁର ଗ୍ରାମର ରୁଷିଆ ପ୍ରଧାନଙ୍କ ଝିଅ ପୂଜା ପ୍ରଧାନ କୁ ପ୍ରେମସମ୍ପର୍କ ରଖି ହିନ୍ଦୁଧର୍ମର ପରମ୍ପରାଅନୁସାରେ ବୈଦିକ ରୀତିରେ ବିବାହ କରିଥିଲେ।ବିବାହର କିଛି ମାସପରେ ପୂଜା ପ୍ରଧାନଙ୍କୁ ଯୌତୁକ ଦାବିକରି ବିଭିନ୍ନ ଧମକ ଦେଉଥିବାର ଅଭିଯୋଗ ହେଇଥିଲା। ଏପରିକି ପାଞ୍ଚଲକ୍ଷ୍ୟ ଟଙ୍କା ଓ ଏକ ମଟରସାଇକେଲ ନ ଆଣୀବ ତେବେ ଜୀବନରୁ ମାରି ଦେବେ ବୋଲି ପୂଜାର ଶାଶୁ ଶଶୁର ଓ ସ୍ୱାମୀ ଧମକ ଦେଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା। ଆଜି ସକାଳ ପୂଜାି ରସିରେ ଝୁଲି ଆତ୍ମହତ୍ୟା କରିଛି ବୋଲି ପୁଜାର ଭାଇ ଓ ବାପାଙ୍କୁ ଖବର ଦିଆଗଲା। ପୂଜାର ଭାଇ ଓ ବାପା ଆସି ତାଙ୍କ ଝିଅକୁ ମାରିଦେଇଛନ୍ତି ବୋଲି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରିରଖିଛନ୍ତି।

Leave A Reply

Your email address will not be published.