Webportal

ଯୁବବର୍ଗଙ୍କୁ ଅଧିକ ମଦ ପିଇବାକୁ ଜାପାନ ସରକାରଙ୍କ ପ୍ରୋତ୍ସାହନ, ଆରମ୍ଭ ହେଲା ‘ସେକ୍ ଭିଭା’ ଅଭିଯାନ

0 180

ଜାପାନରେ ବର୍ତ୍ତମାନ ଜନସଂଖ୍ୟାରେ ହ୍ରାସ ସହ ରାଜସ୍ବ ଆୟରେ ହ୍ରାସ ଦେଖାଦେଇଛି। ଏହି ଦୁଇଟି ସମସ୍ୟାର ସମାଧାନ ପାଇଁ ଜାପାନର ଜାତୀୟ ଟିକସ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଏକ ଅଭିନବ ‌‘ସେକ୍ ଭିଭା’ ଅଭିଯାନ ଘୋଷଣା କରାଯାଇଛି। ଏନ୍‌ଟିଏର ଏହି ଯୋଜନା ଅନୁସାରେ ଯୁବବର୍ଗଙ୍କୁ ଅଧିକ ମଦ୍ୟପାନ ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହା ଏକ ବ୍ୟବସାୟିକ ପ୍ରତିଯୋଗିତା।

ଏହି ଅଭିଯାନ ମାଧ୍ୟମରେ ଯୁବବର୍ଗଙ୍କୁ ନୂତନ ବ୍ୟବସାୟିକ ଚିନ୍ତାଧାରା ନେଇ ଆଗେଇ ଆସିବାକୁ ଉତ୍ସାହିତ କରାଯାଇଛି, ଯେଉଁଥିରେ ସେକ୍, ସୋଚୁ, ଆୱାମୋରି, ବିୟର, ହ୍ବିସ୍କି ଓ ୱାଇନ ପ୍ରଭୃତି ଜାପାନୀ ମଦର ଚାହିଦା ବୃଦ୍ଧି ପାଇବ। ୨୦ରୁ ୩୯ ବର୍ଷ ବୟସ-ବର୍ଗର ଲୋକଙ୍କୁ ଏହି ଯୋଜନାରେ ‌ସାମିଲ ହେବା ପାଇଁ ଆହ୍ବାନ ଦିଆଯାଇଛି। ଯୁବବର୍ଗ ଅଧିକ ମଦ ପିଇବା ଦ୍ବାରା ରାଜସ୍ବ ବୃଦ୍ଧି ପାଇବା ସହ ପ୍ରଜନନ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ସରକାର ଆଶା କରୁଛନ୍ତି।

Leave A Reply

Your email address will not be published.