Webportal

ମେସିନ କହିବ ଭବିଷ୍ୟତ

0 161

ସମୟ ସହ ତାଳ ଦେଇ ବିଜ୍ଞାନ ଆଗକୁ ବଢୁଛି ଏବଂ ସବୁ କ୍ଷେତ୍ରରେ ଉପଯୋଗ ହେଉଛି ନୂଆ ନୂଆ ଜ୍ଞାନ କୌଶଳ ଯାହା ଫଳରେ ଅନେକ କାମ ସହଜ ହେଇ ପାରୁଛି।ସେହିପରି ଲୋକେ ଯୁଗ ଯୁଗ ଧରି ଭବିଷ୍ୟତ ଜାଣିବା ପାଇଁ ଜ୍ୟୋତିଷ ପାଖକୁ ଯାଉଥିବା ବେଳେ ଏଣିକି ମେସିନ ଶୁଣାଇବ ଭବିଷ୍ୟତ ବାଣୀ।ଏଭଳି ଆପ୍ଲିକେସନ ତିଆରି ହେଇଛି ଯାହା ମଣିଷର ମୃତ୍ୟୁ ତାରିଖ ମଧ୍ୟ ଜଣାଇବା କଥା କୁହାଯାଇଛି।ମେସିନ କର୍ଣ୍ଣି ନାମକ ଆପ୍ଲିକେସନ ତାର ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଓ ଆଧୁନିକ ଉପକରଣ ସହାୟତାରେ ଡାଟା ଆନାଲିସିସ କରିବା ପରେ ଭବିଷ୍ୟବାଣୀ କରୁଛି ଯାହା ନିକଟରେ ହେଇଥିବା ଏକ ଅଧ୍ୟୟନରେ ଦାବୀ କରାଯାଇଛି।ରିସର୍ଚ୍ଚ କରୁଥିବା ସଂସ୍ଥାର ଦୃଢୋକ୍ତି ଯେ ମେସିନ ଦ୍ୱାରା କୁହାଯାଇଥିବା ସମୟର ପ୍ରାୟ ୯୦% ଠିକ।ଯଦି ଏହା ୧୫ ତାରିଖ କହିଛି ତେବେ ତାହା ୧୪ କିମ୍ବା ୧୬ ତାରିଖ ହେଇପାରେ।ମେସିନ କର୍ଣ୍ଣି ଉପରେ କରାଯାଇଥିବା ଅଧ୍ୟୟନକୁ ଦ ଇଣ୍ଟରନ୍ୟାସନଲ କନ୍ଫରେନସ ଅନ ନ୍ୟୁକ୍ଲିୟର କାର୍ଡିଓଲୋଜି ଆଣ୍ଡ କାର୍ଡିଆକ ସିଟି-୨୦୧୯ରେ ପ୍ରସ୍ତୁତ କରାଯାଇଛି।ଏହି ମେସିନ ମୃତ୍ୟୁ ର ଭବିଷ୍ୟବାଣୀ କରିବା ସହ କେବେ ହାର୍ଟ ଆଟାକ ହେବ ସେ ବିଷୟରେ ମଧ୍ୟ କହିବ।ନିକଟରେ ୯୫୦ ରୋଗୀଙ୍କ ଉପରେ ସେମାନଙ୍କ ଜୀବନ ସହିତ ୮୫ ଜିନିଷ ଉପରେ ରିସର୍ଚ୍ଚ କରାଯାଇଥିଲା ଓ ସେମାନଙ୍କ ସହ ୬ମାସ କାମ କରିବା ପରେ ଏହି ଗାଣିତିକ ପଦ୍ଧତି ପ୍ରସ୍ତୁତ କରାଯାଇଥିଲା ।

Leave A Reply

Your email address will not be published.