Webportal

ମାମଲାର ତଦନ୍ତରେ କୋହଳ ମନୋଭାବ ଯୋଗୁଁ ଅନୁଗୁଳ ଥାନା ଏସଆଇ ନିଲମ୍ବିତ

0 386

ଗତ ୨୮ ତାରିଖରେ ବେଆଇନ ପିସ୍ତଲ ଓ ଗୁଳି ରଖିବା ଅଭିଯୋଗରେ ଅନୁଗୁଳ ପୋଲିସ ସତ୍ୟଜିତ ପ୍ରଧାନ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ଦେଇଥିଲା।କୋର୍ଟରେ ହାଜର ହେବା ପରେ ତୁରନ୍ତ ଉକ୍ତ ଯୁବକକୁ ଜାମିନ ମିଳି ଯାଇଥିଲା।ଯାହାକୁ ନେଉ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଡ଼ି ଆଇ ଜି ଶ୍ରୀ ନରସିଂହ ଭୋଳ ତୁରନ୍ତ ତଦନ୍ତ କରି ତଦନ୍ତକାରୀ ଅଧିକାରୀ ଅରଖିତ ସେଠୀଙ୍କୁ ତଦନ୍ତ ରିପୋର୍ଟରେ କୋହଳ ମନୋଭାବ ପୋଷଣ କରିଥିବାର ଦୋଷୀ ପାଇଥିଲେ।ତାହା ପରେ ଅନୁଗୁଳ ଏସ୍ପି କାଲି ରାତିରେ ଶ୍ରୀ ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ।

Leave A Reply

Your email address will not be published.