Webportal

ମହୁଲି ନିଶାରେ ଯୁବତୀଙ୍କ ଦରପୋଡା ଶବକୁ ଖାଇଲେ ଦୁଇ ବ୍ୟକ୍ତି

0 240

ଶବ ସତ୍କାର ବେଳେ ମହୁଲି ନିଶାରେ ଯୁବତୀଙ୍କ ଦରପୋଡା ଶବକୁ ଖାଇଲେ ଦୁଇ ବ୍ୟକ୍ତି।ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଅଭାବନୀୟ ଘଟଣା।ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ମୃତ୍ୟୁ ପରେ ଗାଁ ମଶାଣିରେ ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ବ୍ୟକ୍ତି ଶବର ପୋଡା ମାଂସକୁ ଆଣି ଖାଇବାକୁ ଲାଗିଥିଲେ।ଏହା ଦେଖି ମୃତ ଯୁବତୀଙ୍କ ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଅଟକ ରଖିଥିଲେ। ଏହାସହ ଗାମୁଛାରେ ବାନ୍ଧି ଆଣିଥିବା ମାଂସକୁ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଥିଲା। ଆଇଆଇସି ସଞ୍ଜୟ କୁମାର ପରିଡା କହନ୍ତି, ଲୋକଙ୍କ ଅଭିଯୋଗକୁ ନେଇ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ନିଶାଶକ୍ତ ଅବସ୍ଥାରେ ଦୁଇ ଜଣ ଏପରି କରିଛନ୍ତି। ଅଟକ ଦୁଇ ଅଭିଯୁକ୍ତ ହେଲେ; ବଡସାହି ଥାନା ଅଧୀନ ଦାନ୍ତୁଣୀ ଗ୍ରାମର ସୁନ୍ଦର ମୋହନ ସିଂ(୫୮) ଓ ନରେନ୍ଦ୍ର ସିଂ(୨୫)। ସୁନ୍ଦର ମୋହନ ଗାଁରେ ଗୁଣିଆ ଭାବେ ଝଡାଫୁଙ୍କା କରନ୍ତି। ତେବେ ଗୁଣି ପାଇଁ ନୁହେଁ ମହୁଲି ମଦ ନିଶାରେ ଦରପୋଡା ମାଂସ ଖାଇଦେଇଥିବା ସ୍ବୀକାର କରିଛନ୍ତି।

Leave A Reply

Your email address will not be published.