Webportal

ମହାରାଷ୍ଟ୍ରରେ ନୂଆ କ୍ୟାବିନେଟକୁ ନେଇ ବରିଷ୍ଟ ବିଜେପି ନେତ୍ରୀଙ୍କ ଅସନ୍ତୋଷ, ନିଜ ଦଳକୁ ଟାର୍ଗେଟ କଲେ ପଙ୍କଜା ମୁଣ୍ଡେ

0 194

ମହାରାଷ୍ଟ୍ରରେ ନୂଆ କ୍ୟାବିନେଟ୍ ଗଠନ ପରେ ବିଜେପିରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଛି। ପରକ୍ଷୋରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି ଜଣଙ୍କ ପରେ ଜଣେ ବିଜେପି ନେତା। ବିଶେଷ କରି ନୂତନ ଭାବେ ମହାରାଷ୍ଟ୍ରରେ ଗଠନ ହୋଇଥିବା ମନ୍ତ୍ରିମଣ୍ଡଳକୁ ନେଇ ଦଳୀୟ ଅସନ୍ତୋଷ ପ୍ରକାଶ ପାଇଛି। ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଧେ ୧୮ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ମଧ୍ୟ ଏଥିରେ କୌଣସି ମହିଳା ସଦସ୍ୟ ନାହାନ୍ତି।ସେହିପରି କିଛି ବିବାଦୀୟ ନେତାଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ଏହାକୁ ବିଜେପିର କିଛି ନେତା ଗ୍ରହଣ କରି ପାରୁ ନାହାନ୍ତି। ତେଣୁ ସେମାନେ ସିଧାସଳଖ ନିଜ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହିକ୍ରମରେ ଦଳକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ପଙ୍କଜା ମୁଣ୍ଡେ।

ପଙ୍କଜା ରାଜ୍ୟ କ୍ୟାବିନେଟ ରେ ମନ୍ତ୍ରୀ ପଦ ପାଇବାକୁ ଆଶା କରିଥିବା ବେଳେ ତାଙ୍କୁ କୌଣସି ସୁଯୋଗ ଦିଆଯାଇ ନାହିଁ। ଏଥିପାଇଁ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ସମ୍ଭବତଃ ନୂଆ କରି ଗଠନ ହୋଇଥିବା କ୍ୟାବିନେଟରେ ସାମିଲ ହେବାକୁ ମୋ ପା‌ଖରେ ଆବଶ୍ୟକ ଯୋଗ୍ୟତା ନାହିଁ। ସେମାନଙ୍କ ଅନୁସାରେ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏ ପ୍ରସଙ୍ଗରେ ମୋର କୌଣସି ମତାମତ ଦେବାର ନାହିଁ।” ମୋ ଗର୍ବ ଓ ଗୌରବକୁ ରକ୍ଷା କରି ମୁଁ ରାଜନୀତି କରୁଛି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ରୋକଠୋକ କହିଛନ୍ତି ପଙ୍କଜା ମୁଣ୍ଡେ।

ସୂଚନାଯୋଗ୍ୟ, ନିକଟରେ ନୂଆ କରି ଗଠନ ହୋଇଥିବା ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ କ୍ୟାବିନେଟରେ ବିଜେପିର ୯ ଜଣ ଓ ବିଦ୍ରୋହୀ ଶିବସେନାର ୯ ଜଣ ସଦସ୍ୟ ରହିଛନ୍ତି। ତେବେ କ୍ୟାବିନେଟରେ କିଛି ବିବାଦୀୟ ଚେହେରା ସ୍ଥାନ ପାଇବା ଓ ଜଣେ ହେଲେ ମହିଳା ମନ୍ତ୍ରୀ କ୍ୟାବିନେଟରେ ସାମିଲ ନହେବା ପରେ ରାଜ୍ୟ ବିଜେପି ର କିଛି ବରିଷ୍ଠ ନେତା ପରୋକ୍ଷ ରେ ଦଳକୁ ଟାର୍ଗେଟ କରିଛନ୍ତି। ଯାହା ମହାରାଷ୍ଟ୍ର ବିଜେପିରେ ବଢୁଥିବା ଅସନ୍ତୋଷକୁ ବୟାନ କରୁଛି।

Leave A Reply

Your email address will not be published.