Webportal

ମର୍ମନ୍ତୁଦ ହାତୀ ଆକ୍ରମଣ

0 207

ଅନୁଗୁଳ ଜିଲ୍ଲାର କଣିହାଁ ବନାଞ୍ଚଳ ଅନ୍ତର୍ଗତ ସାପକଟା ଗାଁରେ ହାତୀ ଆକ୍ରମଣରେ ମହିଳା ମୃତ। ମୃତ ମହିଳା ଶୁଭା ପ୍ରଧାନ। ସେ ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ହଠାତ ହାତୀ ସହ ମୁହାଁ ମୁହିଁ ହୋଇ ଯାଇଥିଲେ। ଫଳରେ ହାତୀ ତାଙ୍କୁ କଚାଡି ମାରି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଥିଲା। ଖବର ପାଇ କଣିହାଁ ରେଞ୍ଜ କର୍ମଚାରୀ ମାନେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇ ଥିଲେ। ଘଟଣାର ତଦନ୍ତ ଚାଲିଛି। ସରକାରୀ ବ୍ୟବସ୍ଥା ଅନୁସାରେ ଯାହା କ୍ଷତିପୂରଣ ଦିଆଯିବା କଥା ତାହା ମୃତକ ପରିବାରକୁ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.