Webportal

ମନ୍ଦିର ହୁଣ୍ଡି ଭାଁଙ୍ଗୀ ଚୋରି କରିନେଲେ ସୁନା ଓ ପଚାଶ ହଜାରରୁ ଅଧିକ ଟଙ୍କାଟଙ୍କା

0 231

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣବିଲ ଗାଁର ବରାଳ ବାଲୁଙ୍କେଶ୍ବର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୁଣ୍ଡି ବାକ୍ସ ଚୋରି ହୋଇଛି ଯେଉଁଥିରେ ସୁନା ସହ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଗ୍ରାମବାସୀ କହିଛନ୍ତି। ଘଟଣା ସମ୍ପର୍କରେ ଛେଣ୍ତିପଦା ଥାନାରେ ଅାଜି ଏକ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ମନ୍ଦିର ପୂଜକ ସବୁଦିନ ପରି ଆଜି ସକାଳେ ମନ୍ଦିରକୁ ପୂଜା କରିବା ପାଇଁ ପହଞ୍ଚିି ମନ୍ଦିରର ହୁଣ୍ଡି ବାକ୍ସ ଚୋରି ହୋଇଯାଇଥିବା ଦେଖିବାକୁ ପାଇ ମନ୍ଦିର କମିଟକୁ ଜଣାଇବା ସହିତ ଗ୍ରାମବାସୀଙ୍କୁ କହିଥିଲେ। ଏହା ପରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Leave A Reply

Your email address will not be published.