Webportal

ମକର ଯାତ୍ରା ଦେଖି ଫେରୁ ଥିବା ବେଳେ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର

0 327

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ କରମଙ୍ଗା ସାହି ଠାରେ ବାଇକ୍ ଦୁର୍ଘଟଣା । ଜଣେ ମୃତ, ଦୁଇ ଗୁରୁତର। ମୃତ ଜଣଙ୍କ ହେଲେ ସୁଶ୍ରୀପାଳେ ଗ୍ରାମର ବସନ୍ତ ନାଏକ (୨୪) ସୂଚନା ଯେ, ଆଜି ମକର ଯାତ୍ରା ଥିବାରୁ ବାଇକ୍ ଯୋଗେ ସୁଶ୍ରୀପାଳେ ଗ୍ରାମରୁ ତିନି ଜଣ ସାଙ୍ଗ ହୋଇ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିଲେ। ମନ୍ଦିର ଦର୍ଶନ କରି ଘର କୁ ଫେରିବା ବେଳେ ଏକ ବିଦ୍ୟୁତ୍ ପୋଲ ଖୁଣ୍ଟି କୁ ବାଇକ୍ ଟି ଭାରସାମ୍ଯ ହରାଇ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାଗଡ ଚିକିତ୍ସାଳୟ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି।

Leave A Reply

Your email address will not be published.