Webportal

ଭାରସାମ୍ଯ ହରାଇ ବାଇକ ଦୁର୍ଘଟଣା ; ଚାଳକ ମୃତ ଆରୋହି ଗୁରୁତ୍ତର

0 160

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତ ର ପୁରିକିଆ ଗ୍ରାମର ସୀମା ଅଞ୍ଚଳରେ ଏକ୍ ବାଇକ OR 19 N8302 ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଯାହାଦ୍ୱାରା ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହେବା ସହ ଆରୋହି ଗୁରୁତ୍ତର ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ତିନୋଟି ଗାଡିରେ ବାରଶିଙ୍ଘା ଗ୍ରାମ ଆଡୁ ଦ୍ରୁତ ଗତିରେ ଆସୁଥିବାବେଳେ ବାଇକ ଟି ଦୁର୍ଘଟଣାର ଶିକାର ହୋଇଥିଲା। ବାଇକ ଚାଳକ ଆଙ୍କୁଲା ଗ୍ରାମର କାର୍ତିକ ବିଶ୍ଵାଳ ଙ୍କ ପୁଅ ଶକ୍ତିକାନ୍ତ ବିଶ୍ଵାଳ ର ମୃତ୍ଯ ହୋଇଥିବାବେଳେ ତୁରଙ୍ଗ ଗ୍ରାମର ଉପର ସାହି ତପନ ମହାନ୍ତି ଙ୍କ ପୁଅ ଅର୍ଜୁନ ମହାନ୍ତି ଗୁରୁତ୍ତର ହୋଇଛି । ଦୂର୍ଘଟଣା ପରେ ସ୍ଥାନୀୟ ଲୋକ ମାନେ ବଅଁରପାଳ ଥାନା କୁ ଖବର ଦେବା ସହ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ସାହାର୍ଯ୍ୟରେ ଗୁରୁତ୍ତର ଅର୍ଜୁନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିଲେ । ଘଟଣାସ୍ଥଳରେ ବଅଁରପାଳ ଥାନା ଅଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଦେହ କୁ ବ୍ୟବଚ୍ଛେଦ ପଠାଇଥିବା ବେଳେ ବାଇକ କୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.