Webportal

ବ୍ୟାପକ ପରିମାଣର ଗଂଜେଇ ଗଛ ନଷ୍ଟ କରାଗଲା

0 238

ଅନୁଗୁଳ ଜିଲା ଜରପଡ଼ା ଥାନା କଞ୍ଜରା ଗ୍ରାମରେ ମଙ୍ଗଳବାର ଅବକାରୀ , ପୋଲିସ ଓ ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଜଙ୍ଗଲରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଏକ ଜଙ୍ଗଲିଆ ଅଞ୍ଚଳରେ ପାଖାପାଖି ୩୨୦ଟି ଗଞ୍ଜେଇ ଗଛ ଚାଷ ହୋଇ ଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଅନୁଗୋଳ ଅବକାରୀ ଡିଏସ୍‌ପି କ୍ରିଷ୍ଣା ନାୟକଙ୍କ ନେତୃତ୍ବରେ ଅବକାରୀ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରି, ଦିଲୀପ କୁମାର ବେହେରା, ଅରବିନ୍ଦ ରାଉତରାୟ ପ୍ରମୁଖଙ୍କ ସହ ଜରପଡ଼ା ପୋଲିସ , ଜରପଡ଼ା ଫରେଷ୍ଟର ଗଗନ ବିହାରୀ ମହାପାତ୍ର ଓ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରିଥିଲେ। ଗଛ ଗୁଡ଼ିକୁ କଟାଯିବା ପରେ ଜଙ୍ଗଲରେ ନିଅାଁ ଲଗାଇ ପୋଡ଼ି ଦିଆଯାଇଥିଲା।

Leave A Reply

Your email address will not be published.