Webportal

ବ୍ରାଉନ ସୁଗାର ଜବତ

0 190

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ଥିବା ଜୁବଲି ପାର୍କ ନିକଟରୁ ଜଣେ ଯୁବକ ଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ ବ୍ରାଉନ ସୁଗାର ଜବତ କରିଛି ବାରିପଦା ଅବକାରୀ ବିଭାଗ। ବାରିପଦା ଟାଉନ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢଉ କରି ବାରିପଦା ସହର ରେ ଥିବା ଜୁବଲି ପାର୍କ ନିକଟରୁ ସୁନ୍ଦର ମୋହନ ଟୁଡୁ ନାମକ ଜଣେ ଯୁବକ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ତା ନିକଟରୁ ଆଠ ଗ୍ରାମ ବ୍ରାଉନ ସୁଗାର ଏବଂ ସେ ବ୍ୟବହାର କରୁଥିବା ଏକ ବାଇକ୍ କୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ଯୁବକ ପଡୋଶୀ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଅଞ୍ଚଳ ରୁ ଏହି ବ୍ରାଉନ ସୁଗାର ଆଣି ବାରିପଦା ସହର ର ବିଭିନ୍ନ ଅଞ୍ଚଳ ରେ ଗ୍ରାହକ ମାନଙ୍କୁ ବିକ୍ରୟ କରିଆସୁଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଏକ ମୋକଦ୍ଦମା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି। ପରେ ତାଙ୍କୁ ବାରିପଦା ଏସ ଡି ଜେ ଏମ ଙ୍କ କୋର୍ଟ ରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବାରିପଦା ଜେଲ ହାଜତକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.