Webportal

ବେପରୁଆ ଗାଡିଚାଳନା ର ପରିଣାମ: ଗାଡି ଓ ବ୍ୟକ୍ତି ଉଭୟ ପଡିଲେ ୧୦ ଫୁଟ ତଳେ

0 272

ଅନୁଗୁଳ ଜିଲ୍ଲା ବନରପାଲ ବ୍ଲକ କୁକୁଡାଙ୍ଗ ବ୍ରିଜ଼ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଚଳନ୍ତା ସ୍କୁଟି ଉପରେ ଚଡ଼ିଗଲା ଜେସିବି ମେସିନ।ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬.୩୦ ସମୟରେ ଦ୍ରୁତଗତିରେ ଆସୁଥିବା ଜେସିବି ପଛପଟୁ ମା ଓ ଝିଅ ଯାଉଥିବା ସ୍କୁଟି କୁ ଧକା ଦେଇଥିଲା।ସେମାନେ ତାଳଚେର ଆଡକୁ ଯାଉଥିଲେ। ଦୁର୍ଘଟଣା ପରେ ଜେସିବି, ସ୍କୁଟି ଓ ଉଭୟ ଆରୋହି ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଥିଲେ।ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ମା ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବେଳେ ଝିଅର ହାଡ଼ ଭାଙ୍ଗି ଥିବାର ସୂଚନା ମିଳିଛି।ସ୍ଥାନୀୟ ଲୋକଙ୍କ ଅନୁସାରେ ଉକ୍ତ ଜେସିବି ଚାଳକ ବାରମ୍ବାର ତାଗିଦ ସତ୍ୱେ ଦ୍ରୁତ ଗତିରେ ବେପରୁଆ ଭାବେ ଗାଡି ଚାଳନା ରୁ କ୍ଷାନ୍ତ ହେଉନାହିଁ।

Leave A Reply

Your email address will not be published.