Webportal

ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ରୋନାଲ୍ଡୋଙ୍କ ନାଁରେ ୟୁଟ୍ୟୁବ କୁ ନେଇ ବିଶ୍ୱ ରେକର୍ଡ।

0 267

ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ।ସେ ବୁଧବାର ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଥିବା ବେଳେ ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଏହାର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରି ଯାଇଛି। ଏତେ କମ ସମୟରେ କୌଣସି ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରିବା ବିଶ୍ୱରେ ପ୍ରଥମ ଘଟଣା।ରୋନାଲ୍ଡୋ ବୁଧବାର ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଖୋଲିବାର ମାତ୍ର କିଛି ମିନିଟ ମଧ୍ୟରେ ସବସ୍କ୍ରାଇବରଙ୍କ ସଂଖ୍ୟା ୧ ମିଲିୟନ ଚୁଇଁଥିଲା। ଦେଖୁ ଦେଖୁ ୨୪ ଘଣ୍ଟା ନ ପୁରୁଣୁ ଏହା ୧୦ ମିଲିୟନ ହୋଇଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ୧୯.୩ ମିଲିୟନରେ ପହଞ୍ଚି ଯାଇଛି।ଗୋଲ ଡଟ କମର ରିପୋର୍ଟ ଅନୁସାରେ, ରୋନାଲ୍ଡୋ ୟୁଟ୍ୟୁବ ସବସ୍କ୍ରାଇବ ମାମଲାରେ ହାମଷ୍ଟେର କୋମବାତଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ହାମଷ୍ଟେର ୟୁଟ୍ୟୁବ ଚ୍ୟାନେଲ ଖୋଲିବାର ୭ ଦିନ ଭିତରେ ତାଙ୍କ ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ଛୁଇଁଥିଲା। ହେଲେ ରୋନାଲ୍ଡୋ ଦିନକ ଭିତରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Leave A Reply

Your email address will not be published.