Webportal

ବିପୁଳ ପରିମାଣର ବେଆଇନ କଫ ଶିରାପ ଜବତ ସହ ଜଣେ ଗିରଫ

0 264

 

ଗତକାଲି ଅପରାହ୍ନରେ ଅନୁଗୁଳ ଥାନାର
ସବ ଇନ୍ସପେକ୍ଟର ସତ୍ୟ ରଞ୍ଜନ ଲେଙ୍କା ବିଶ୍ୱସ୍ତ ସୂତ୍ରରୁ ସରସ୍ବତୀ ମେଡିସିନ ଷ୍ଟୋର ରେ ବେଆଇନ କଫ ଶିରାପ ଯେଉଁଥିରେ କୋଡେଇନ ର ମାତ୍ରା ଅଛି ଗଛିତ ଥିବାର ଖବର ପାଇବା ସହ କିଣିବାକୁ ଆସୁଥିବା ଗ୍ରାହକ ମାନଙ୍କୁ କିଣିବା ପାଇଁ ପବିତ୍ର ସାହୁଙ୍କ ଘରକୁ ପଠେଇ ଦିଆଯାଉଥିବାର ଖବର ପାଇ ଥିଲେ।ଏହାକୁ ଆଧାର କରି ପୋଲିସ ଚଢ଼ାଉ କରିଥିଲେ ଓ ପଚରାଉଚରା ସମୟରେ ପବିତ୍ର ସାହୁ ବିପୁଳ ପରିମାଣର ବେଆଇନ କଫ ଶିରାପ ରଖିଥିବା ସ୍ୱୀକାର କରିଥିଲା।ପୋଲିସ ମାଜିଷ୍ଟ୍ରେଟ, ଡ୍ରଗ ଇନ୍ସପେକ୍ଟର ଓ ନିରପେକ୍ଷ ସାକ୍ଷୀଙ୍କ।ଉପସ୍ଥିତି ରେ ତାର ଘର ତଲାସ କରି ସମୁଦାୟ ୫୪୦ ବୋତଲ ଜବତ କରିଥିଲେ।ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୌର୍ଟ ଚାଲାଣ କରିବା ସହ ପୋଲିସ ତା ଦୋକାନକୁ ସିଲ କରିଦେଇଛି।ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ଜାଣିବା ପାଇଁ ନେଇ ପୋଲିସ ତାର ଅନୁସନ୍ଧାନ ଜାରି ରଖିଛି।

Leave A Reply

Your email address will not be published.