Webportal

ବିଦ୍ୟାଳୟ ଫାଟକରୁ ଖସିଲା ଗ୍ରାନାଇଟ୍ ପଥର ଅଳ୍ପକେ ବର୍ତିଲେ ଛାତଛାତ୍ରୀ ଓ ବିଡିଓ

0 134

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଫାଟକରୁ ଖସିଲା ଗ୍ରାନାଇଟ୍ ପଥର। ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ ଓ ବିଡ଼ିଓ। ସରକାରୀ ବିଦ୍ୟାଳୟ ଗୋଡିକ ଛାତ୍ର ଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବା ପାଇଁ ସମସ୍ତ ବିଦ୍ୟାଳୟକୁ ପାଞ୍ଚ ଟି ଯୋଜନାରେ ଅନ୍ତର୍ଭୁକ୍ତ କରି କୋଟି କୋଟି ଟଙ୍କା ଖର୍ଚ୍ଚ ରେ ଆଧୁନିକରଣ କରାଯାଉଛି। କିନ୍ତୁ ଏହି ଯୋଜନା ଦ୍ୱାରା ବିଦ୍ୟାଳୟରେ ହେଉଥିବା କାର୍ଯ୍ୟ କେତେ ମଜଭୁତ ଓ ସ୍ଥାୟୀ ତାହା ନେଇ ଉଠିଛି ପ୍ରଶ୍ନ ଓ କାର୍ଯ୍ୟ ଅତି ନିମ୍ନ ମାନର ହୋଇଛି ବୋଲି ମିଳିଛି ପ୍ରମାଣ। ବଅଁରପାଳ ବ୍ଲକ ଗୋତମରା ଗ୍ରାମର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଅତ୍ୟାଧୁନି କରଣ କାର୍ଯ୍ୟ ଅତି ନିମ୍ନ ମାନର ବୋଲି ଜଣାପଡ଼ିଛି ବର୍ଷେ ନ ପୁରୁଣୁ ଫାଟକ ଭାଙ୍ଗିଲା। ବିଦ୍ୟାଳୟ ଫାଟକ ଗେଟରେ ଲାଗିଥିବା ଗ୍ରାଇ ନାଇଟ୍ ପଥର ଉପରୁ ତଳକୁ ଖସି ପଡ଼ିଥିଲା। ସେହି ସମୟରେ ବଅଁରପାଳ ବ୍ଲକ ବିଡ଼ିଓ ଏଲିଜା ମିଶ୍ର ବିଦ୍ୟାଳୟକୁ ଯାଉଥିବା ବେଳେ ଖସି ପଡ଼ିଥିଲା, କିନ୍ତୁ କିଛି କ୍ଷତି ହୋଇନାହିଁ । ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କୁସୁମାଞ୍ଜଳି ଜେନା ଙ୍କୁ ପଚାରିବାରୁ ସେ କହିଲେ ହଁ କେତେ ଖଣ୍ଡ ଗ୍ରାଇ ନାଇଟ୍ ପଥର ଉପରୁ ଖସିପଡିଛି ପୂର୍ବରୁ ମଧ୍ୟ ପଡ଼ିଥଲା କିନ୍ତୁ ଏଥିରେ କେହି ଆହାତ ହୋଇ ନାହାନ୍ତି।

Leave A Reply

Your email address will not be published.