Webportal

ବିଜ୍ଞାପନ କୁ ନେଇ ହଟହଟା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

0 218

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାବମୂର୍ତ୍ତୀକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଜାତୀୟ ଖବରକାଗଜରେ ଫୁଲ ପେଜ ବିଜ୍ଞାପନ ଦେଇଥିଲେ, ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି। କାରଣ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶାସନକାଳରେ ରାଜ୍ୟରେ ହୋଇଥିବା ଉଦ୍ୟୋଗୀକରଣ ଓ ବିକାଶକୁ ପ୍ରଦର୍ଶିତ କରିବା ପାଇଁ ବିଜ୍ଞାପନରେ ଏକ ଫ୍ଲାଏଓଭରର ଫଟୋ ଦିଆଯାଇଥିଲା। ତେବେ ଏହି ଫ୍ଲାଏଓଭରଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଏ ନେଇ ତୃଣମୂଳ କଂଗ୍ରେସର ମନ୍ତ୍ରୀ ଓ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ତେବେ ଏଭଳି ତ୍ରୁଟି ପାଇଁ ଖବରକାଗଜ ନିଜକୁ ଦାୟୀ କରିଛି।

ୟୁପିରେ ଭାଜପାର ଡବଲ୍‌ ଇଞ୍ଜିନ ସରକାର ଦୟନୀୟ ଭାବେ ବିଫଳ ହୋଇଥିବା ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଟୁଇଟ୍‌ କରିଛନ୍ତି। ନରେନ୍ଦ୍ର ମୋଦି ନିଜ ଦଳକୁ ସୁରକ୍ଷା ଦେବାରେ ନିଃସହାୟ ହୋଇପଡ଼ିଛନ୍ତି। ସେ ମୁଖ୍ୟମନ୍ତ୍ରୀ ବଦଳାଇବା ସହ ମମତାଙ୍କ ନେତୃତ୍ୱରେ ଭିତ୍ତିଭୂମି ବିକାଶର ଚିତ୍ରକୁ ବ୍ୟବହାର କରୁଛନ୍ତି ବୋଲି ମୁକୁଲ ରାୟ ଟୁଇଟରରେ ଲେଖିଛନ୍ତି।

Leave A Reply

Your email address will not be published.