Webportal

ବିଜେପିର ଦୁଇରୁ ତିନି ବିଧାୟକ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି : ତାରା ବାହିନୀପତି

0 227

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ତେରେଛା ବାଣ ମାରିଛନ୍ତି। ଆମ ଦଳର ବିଧାୟକ ଯିଏକି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ସେ ମର୍ଦ୍ଦପିଲା ଭଳି କହିଲେ। କିନ୍ତୁ ଗଣତନ୍ତ୍ର ସୁରକ୍ଷା ପାଇଁ ବିଜେପିର ଦୁଇରୁ ତିନି ଜଣ ବିଧାୟକ ମିଳିତ ବିରୋଧି ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି। ଆମର ଯିଏ ଭୋଟ ଦେଇଛନ୍ତି, ସେ ଖୋଲା ଖୋଲି କହିଛନ୍ତି। ତାଙ୍କ ପରି ଲୁଚା ଛପାରେ ଭୋଟ ଦେଇନାହାନ୍ତି। ଜୁଲାଇ ୨୧ ତାରିଖରେ ସବୁ ସ୍ପଷ୍ଟ ହେବ। ଆମକୁ ଭୋଟ ଦେବାକୁ ଡିଲ କରିଛନ୍ତି। ଗଣତି ପରେ ଆମେ ସବୁ କହିବୁ, ବିଜେପିର କିଏ ସେ ଦୁଇ ଜଣ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂରେ ବିରୋଧୀ ଦଳ ପ୍ରାର୍ଥୀ ଶ୍ରୀ ସିହ୍ନାଙ୍କୁ ୯ରୁ ୮ ଜଣ ବିଧାୟକ ଭୋଟ ଦେଇଛନ୍ତି। ମୋ ଭୋଟ ସୂର୍ଯ୍ୟ ଚନ୍ଦ୍ର ବି ବଦଳେଇ ପାରିବେନି। ସିହ୍ନାଙ୍କ ନାଁ ଦୁଇ ନମ୍ବରରେ ଥିଲା। ମୁଁ ସେଇଠି ଦେଇଛି। ମୋହନ ମାଝିଙ୍କୁ କିଏ କହିଛି ସେ କୁହନ୍ତୁ।

ସୂଚନାଯୋଗ୍ୟ, ମୋହନ ମାଝି କହିଥିଲେ ଯେ, ଦ୍ରୌପଦୀ ମୁମୁଙ୍କୁ ୨ ଜଣ କଂଗ୍ରେସ ବିଧାୟକ ମଧ୍ୟ ଭୋଟ ଦେଇଛନ୍ତି। କେବଳ କଟକ ବିଧାୟକ ମହମ୍ମଦ ମୋକିମ୍ ନୁହଁନ୍ତି। ବରଂ ଦ୍ରୌପଦୀଙ୍କୁ ଶ୍ରୀ ମୋକିମ୍‌ଙ୍କ ସହିତ ଆଉ ଜଣେ କଂଗ୍ରେସ ବିଧାୟକ ମଧ୍ୟ  ଭୋଟ୍ ଦେଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ୍ ମାଝି ଏନେଇ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା ମାଟିର ଝିଅକୁ ସମସ୍ତେ ସମର୍ଥନ କଲେ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଲେ । ତାଙ୍କ ଦଳର ଆଉ ଜଣେ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି, ଯାହାକି ଆସନ୍ତାକାଲି ସ୍ପଷ୍ଟ ହୋଇଯିବ।

Leave A Reply

Your email address will not be published.