Webportal

ବାମୁରରେ ପାଳନ କରାଯାଇଛି ଗାନ୍ଧୀ ଜୟନ୍ତୀ

0 159

ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଉତ୍ସବ ଅାଜି ଦେଶବ୍ୟାପୀ ପାଳନ କରାଯାଇଛି । ଅନୁୁଗୁୁୁଳ  ଜିିିଲ୍ଲାରେ ଏହି ଉପଲକ୍ଷେ ଗାନ୍ଧିଜୀଙ୍କ ରାତ୍ରୀଯାପନ ସ୍ମୃତିର ଅମୂଲ୍ୟ ସ୍ୱାକ୍ଷର ବହନ କରିଥିବା ଗାନ୍ଧୀ ସ୍ମୃତିପୀଠ, ବାମୁର ଠାରେ ଅାଜି ଗାନ୍ଧୀଜୟନ୍ତୀ ମହାତ୍ମାଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ବାମୁର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗାନ୍ଧୀଙ୍କ ସ୍ମୃତି ସମ୍ବଳିତ ଚିତ୍ରକଳା ପ୍ରଦର୍ଶନୀ, ବାଲୁକା କଳା ପ୍ରଦର୍ଶନୀ,କୁଟୀର ଶିଳ୍ପ ପ୍ରଦର୍ଶନୀ ତଥା ସୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଅାଜି ପ୍ରାତଃ ୫ ଘଟିକାରେ ରାମଧୂନ,ପ୍ରାତଃ ୮ ଘଟିକା – ସଚେତନତା ପଦଯାତ୍ରା ଓ ସଂକୀର୍ତ୍ତନ,ପ୍ରାତଃ ଘ.୮.୩୦ମି. – ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,ମହାତ୍ମା ଗାନ୍ଧିଙ୍କ ଜୀବନୀ ସଂପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀର ଶୁଭ ଉଦ୍‌ଘାଟନ,ପୂର୍ବାହ୍ନ ୯ ଘଟିକା – ଗାନ୍ଧୀଜୀଙ୍କ ବିଚାରଧାରା ଉପରେ ଆଲୋଚନା ଚକ୍ର ଓ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ଏହି କ‍ାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ବକ୍ତା ଭାବେ ଡଃ ରଜନୀକାନ୍ତ ବିଶ୍ବାଳ ଉପଜିଲ୍ଲାପାଳ, ଆଠମଲ୍ଲିକ,ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ବବିତା ପ୍ରଧାନ,ପଞ୍ଚାୟତ ସମିତି ଅଧ୍ୟକ୍ଷା, କିଶୋରନଗର,ସୁଶ୍ରୀ ଅମୃତା ପ୍ରିୟମ୍ବଦା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ, କିଶୋରନଗର,ଡକ୍ଟର ଲକ୍ଷ୍ମୀପ୍ରସାଦ ସାହୁ ତହସିଲଦାର, କିଶୋରନଗର,ଶ୍ରୀଯୁକ୍ତ ଅର୍ଜୁନ କୁମାର ପାଣ୍ଡେ ଜିଲ୍ଲାପରିଷଦ ସଭ୍ୟ ଯୋଗଦାନ କରିବା ସହ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମେମୋରିଅାଲ ଟ୍ରଷ୍ଟର ସମସ୍ତ ସଦସ୍ୟ ଯୋଗଦେବା ସହ ପରିଚାଳନା କରିଥିଲେ ।

Leave A Reply

Your email address will not be published.