Webportal

ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲରେ ଗୋଆ ଓ ରାଜସ୍ଥାନ

0 162

ଅନୁଗୁଳ କଦମ ପଡ଼ିଆ ରେ ଚାଲିଥିବା ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁଇଟି ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ମୁମ୍ବାଇ ଫୁଟବଲ କ୍ଲବ କୁ ୫-୧ ରେ ପରାସ୍ତ କରି ସହଜରେ ଫାଇନାଲରେ ରେ ପ୍ରବେଶ କରିଥିଲା। ଗୋଆ ର ସେନେ ଏକାକୀ ଦୁଇଟି ଗୋଲ ଦେଇ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ। ଦ୍ୱିତୀୟ ମ୍ୟାଚ ରେ ତାରକା ଖଚିତ ରାଜସ୍ଥାନ ଇଉନାଇଟେଡ଼ ଫୁଟବଲ କ୍ଲବ ଶ୍ରୀନିଧି ଡେକାନ କ୍ଲବ କୁ ୩-୦ ରେ ହରାଇ ଫାଇନାଲ୍ ରେ ପହଞ୍ଚିଥିଲା। ଫୁଟବଲ ଫେଡରେସନ ର ସଭାପତି କଲ୍ୟାଣ ଚୌବେ, କ୍ରିକେଟ ତାରକା ଦେବାଶିଷ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ନଗରପାଳ ଅକ୍ଷୟ ସାମନ୍ତ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟ ରେ ସ୍ପେନ, ନାଇଜେରିଆ, କିର୍ଗିଜସ୍ଥାନ, ଆଫଗାନିସ୍ଥାନ, ବ୍ରାଜିଲ ଆଦି ଦେଶର ଖେଳାଳୀ ମାନଙ୍କ ଖେଳ ପ୍ରତିଭା ଅନୁଗୋଳ ବାସି ଦେଖିଥିଲେ। ଟିଭି ଆଙ୍କର ଶୋଭନା ସମାରୋହ ସଂଯୋଜନା କରିଥିଲେ।ପ୍ରାୟ ତିନି ହଜାର ଦର୍ଶକ ଖେଳ ଉପଭୋଗ କରିଥିଲେ। ଆସନ୍ତା ୮ ତାରିଖରେ ସାଉଥ ବଲଣ୍ଡା ଷ୍ଟାଡିୟମ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.