Webportal

ବନ୍ତଳା ନିକଟ ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

0 408

ଅନୁଗୁଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ ଅଞ୍ଚଳବାସୀ ଭୟଭୀତ।୩ ରୁୁ ୪ ଦିନ ହେଲା ୧୦ରୁ ଅଧିକ କ୍ୟାମ୍ପ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେଉଁଠି ରୋଷେଇ ସାମଗ୍ରୀ ସହ ପାଣି ଆଦି ଗଚ୍ଛିତ ଥିବା କଥା କୁହାଯାଉଛି। କ୍ୟାମ୍ପ ସ୍ଥାନକୁ ପରିଷ୍କାର ସହ ବାଉଁଶରେ ଘର କରାଯାଇ ନୂଆ ଜରିପାଲ ଘୋଡ଼ାଯାଇଛି,ଯେଉଁଠି ସ୍ଥାନୀୟ ଲୋକଙ୍କ ଅନୁଯାୟୀ ପ୍ରାୟ ୨୦ରୁ ୩୦ ଜଣ ସନ୍ଦିଗ୍ଧ ସେଠାରେ ରହୁଛନ୍ତି ଓ ଦିନବେଳା କେଉଁଆଡ଼େ ଯାଉଥିବା ବେଳେ ରାତିରେ କ୍ୟାମ୍ପକୁ ଫେରୁଛନ୍ତି। ଅତୀତରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ମାଓବାଦୀଙ୍କ ଚଳପ୍ରଚଳର ପ୍ରମାଣ ମିଳିଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଉକ୍ତ ସ୍ଥାନରୁ ୫ କିଲୋମିଟର ଦୂରରେ ବାରଗୌଣିଆ, ଭୁବନପୁର, ନୂଆ ରାଇଗୁଡ଼ା ଓ ତଳଗଡ଼ ଗ୍ରାମ ରହିଛି। ଅନ୍ୟପଟେ ପାହାଡ଼ ପାର୍ଶ୍ୱରେ ସାତକୋଶିଆ ଅଭୟାରଣ୍ୟ ଓ ରାଇଗୁଡ଼ା ଜଙ୍ଗଲ ହୋଇଥିବାରୁ ସନ୍ଦିଗ୍ଧମାନେ ହାତୀ କିମ୍ବା ଅନ୍ୟ ବନ୍ୟଜନ୍ତୁ ଶିକାରୀ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି। ତୁରନ୍ତ ଏ ନେଇ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବନ୍ତଳା ଥାନା ଆଇଆଇସି ଗୀତାଞ୍ଜଳି ସାହୁ କହିଛନ୍ତି, ଖବର ପାଇଛୁ ଏବଂ ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.