Webportal

ବଢିଲା କରୋନା କଟକଣା

0 658

ଆଜି ଓଡିଶା ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ଘର ଛଡା ଆଉ କୌଣସି ଜାଗାରେ ସାତ ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।କରୋନା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହେବା ପର୍ଯ୍ୟନ୍ତ ଏହି ନିୟମ ରାଜ୍ୟରେ ବଳବତ୍ତର ରହିବ।କରୋନା ସମ୍ବଧିୟ ବୈଠକ ଛଡା ଆଉ କୌଣସି ସରକାରୀ ବୈଠକ ଏହି ସମୟରେ ହେବା ମନା।ରାଜ୍ୟରେ SC/ST ଛାତ୍ରାବାସ ମାର୍ଚ୍ଚ ୨୫ ରୁ ଜୁନ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆଗୁଆ ତିନି ମାସର ପ୍ରି-ମାଟ୍ରିକ ସ୍କଲାରସିପ ପ୍ରଧାନ ଶିକ୍ଷକଙ୍କ ଜରିଆରେ ଦିଆଯିବ।

ସମ୍ପ୍ରତି ସାରା ବିଶ୍ୱରେ ୧୮୨ ଦେଶକୁ ଏହା ବ୍ୟାପିବା ସହ ପ୍ରାୟ ଅଢେଇ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୦୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଏହି ରୋଗ ଯୋଗୁ ହୋଇଛି।

Leave A Reply

Your email address will not be published.