Webportal

ବଡ ଭାଇ ଟାଙ୍ଗୀଆ ଚୋଟ ରେ ସାନ ଭାଇ ମୃତ ?

0 250

ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି ଘଟଣା । ବଡ ଭାଇ ଟାଙ୍ଗୀଆ ଛୋଟ ରେ ସାନ ଭାଇ ମୃତ୍ୟୁ ଘଟିଛି । ସୂଚନା ଯେ, ଜରାସିଂହା ପୁରୁଣା ସାହିର ବଲେହି ନାଏକ ଙ୍କ ପୁଅ ଗଦା ନାଏକ ୪୭ ଗାଁ ପାଖରେ ଥିବା ରାଇସ୍ ମିଲ୍ ରେ କାର୍ଯ୍ୟ କରନ୍ତି। ପ୍ରତ୍ୟକ ଦିନ ଘର ବାହାର ପଟରେ ଶୋଇବାକୁ ଆସନ୍ତି। ଗତ କାଲି ଗାଁ ଆଡୁ କାର୍ଯ୍ୟ ସାରି ଘର କୁ ଫେରୁଥିବା ବେଳେ ବଡ଼ ଭାଇ ସହ ଯୁକ୍ତି ହୋଇଥିଲା। ଦୁହେଁ ଦୁହିଁ ଙ୍କ ଘର କୁ ଯାଇ ଖାଇ ସାରି ଶୋଇ ବାକୁ ଯାଇଥିଲେ। ସକାଳୁ ଉଠିଲା ଦେଖିଲା ବେଳକୁ ଗଦା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇଛନ୍ତି। ଏହା ଦେଖି ଗଦା ଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ଘର ପାଖ ଲୋକ ଆସି ଦେଖିଲା ବେଳକୁ ଗଦା ଙ୍କର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ସଦର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.