Webportal

ବକେୟା ମାଗିବାରୁ ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ ବିଲ୍ଡର!

0 142

ଉତ୍ତର ପ୍ରଦେଶର କାନପୁରରେ ଏକ ଛାତିଥରା ଘଟଣା ଘଟିଛି। ଏଠାରେ ପେମେଣ୍ଟ୍‌ ମାଗିବାରୁ ଜଣେ ବିଲ୍ଡର ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଲୋକଙ୍କୁ ସୂଚନା ମିଳିବା ପରେ ଖବର ଆଖାପାଖ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା।

ଘଟଣା ଘଟିଛି କାନପୁରର ଚକେରୀ ଅଞ୍ଚଳରେ। ଏଠାରେ କାମ କରୁଥିବା ଠିକାଦାର ରାଜେନ୍ଦ୍ର ପାଳ ବିଲ୍ଡରଙ୍କୁ ୧୮ ଲକ୍ଷ ଟଙ୍କା ପେମେଣ୍ଟ ମାଗିଥିଲେ। ହେଲେ ଏଥିରେ ରାଗିଯାଇ ବିଲ୍ଡର ଜଣକ ଠିକାଦାରଙ୍କୁ ଜିଅନ୍ତା ଜାଳି ଦେଇଥିଲେ। ରାଜେନ୍ଦ୍ରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ମୁତାବକ, ଠିକାଦାର ଗତ ୧ ବର୍ଷ ହେବ ନ୍ୟାୟ ପାଇବା ଆଶାରେ ପୋଲିସ ପାଖକୁ ଦୌଡ଼ୁଥିଲେ, କିନ୍ତୁ ତାଙ୍କୁ କୌଣସି ନ୍ୟାୟ ମିଳି ନ ଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.