Webportal

ପ୍ରତିଶ୍ରୁତି ରଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ : ମାଗଣା ହେଲା ବିଜୁଳି

0 149

କଥା ଦେଇ କଥା ରଖିଲା ଆମ ଆଦମୀ ଦଳ। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କୁ ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଜାବରେ ନିର୍ବାଚନ ବେଳେ ଦିଆଯାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଶୁକ୍ରବାର ଘୋଷଣା କରିଛନ୍ତି।

ଜୁଲାଇ ୧ରୁ ପ୍ରତ୍ୟେକ ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ ଦିଆଯିବ। ଏଥିସହ ୨୦୨୧ ଡିସେମ୍ବର ୩୧ ପୂର୍ବର ସମସ୍ତ ବିଜୁଳି ବିଲ୍‌କୁ ଛାଡ଼ କରାଯିବ।

ଭାଗଓ୍ବନ୍ତ କହିଛନ୍ତି, ପୂର୍ବ ସରକାର ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଉଥିଲେ। ହେଲେ ଏହା ପୂରଣ କରିବା ଲାଗି ୫ ବର୍ଷ ବିତିଯାଉଥିଲା। ହେଲେ ଏଏପି ସରକାର ପଞ୍ଜାବ ଇତିହାସରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ପଞ୍ଜାବବାସୀଙ୍କୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ସରକାର ପୂରଣ କରିବାକୁ ଯାଉଛୁ। ତେବେ ମାଗଣା ବିଦ୍ୟୁତ ଯୋଗାଇବାରେ ଦିଲ୍ଲୀ ପରେ ପଞ୍ଜାବ ଦ୍ୱିତୀୟ ରାଜ୍ୟ ହୋଇଛି ।

Leave A Reply

Your email address will not be published.