Webportal

ପୋଲିସକୁ ଚ୍ୟାଲେଞ୍ଜ : ଯୁବକଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ

ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି

0 271

ଯୁବକଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜଣେ ଯୁବକ ଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଛି। ଗୁରୁତର ଯୁବକ ଜଣଙ୍କ କଟକ ଅଞ୍ଚଳର ଗଙ୍ଗାଧର ସେଠି ବୋଲି ଜଣା ପଡିଛି। ଗଙ୍ଗାଧର ଙ୍କ ଶଳା ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ, ଗଙ୍ଗାଧର ଗୋପାଳ ପ୍ରସାଦ ଥାନା ନିକଟରେ ଭଡା ଘରେ ରହି ସେହି ଅଞ୍ଚଳରେ ଥିବା ଏକ ଗ୍ୟାରେଜ୍ ରେ କାମ କରନ୍ତି। ଆଜି ସନ୍ଧ୍ୟା ସମୟରେ ତାଙ୍କ ଶଳାଙ୍କୁ କେହି ଜଣେ ଫୋନ କରି କହିଲେ ଯେ, ତମ ଭିଣୋଇ ଙ୍କର ଦୁର୍ଘଟଣା ହୋଇଛି ଶିଘ୍ର ଆସ । ଗଙ୍ଗାଧର ଙ୍କ ଶଳା ଶୀଘ୍ର ଯାଇ ଏକ ଗାଡି ସାହାଯ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଙ୍ଗାଧର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଦେଖିବାକୁ ପାଇଥିଲେ ଯେ, ଗଙ୍ଗାଧରଙ୍କୁ କେହି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। ଗଙ୍ଗାଧର ଙ୍କୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରି କଟକ ସ୍ଥାନାନ୍ତର କରାଯାଇଛି। ଗଙ୍ଗାଧର ଙ୍କର ପିଠି, ଡାହାଣ ହାତ, ବାମ ଗୋଡ଼ ରେ ଗଭୀର ଆଘାତ ଲାଗିଛି।

Leave A Reply

Your email address will not be published.