Webportal

ପୁନର୍ବାର ଶିବସେନା ବିଜେପି ମେଣ୍ଟ ଗଠନକୁ ନେଇ ଇସାରା ଦେଲେ ଉଦ୍ଧବ ଠାକରେ

0 246

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ଏକ ସଭାରେ ମରାଠଓ୍ବାଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନ୍‌ଭେଙ୍କୁ ଭବିଷ୍ୟତର ବନ୍ଧୁ କହି ରାଜନୈତିକ ବଜାରରେ ହଟଚମଟ ସୃଷ୍ଟି କରିଛନ୍ତି। ଔରଙ୍ଗବାଦରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଥିଲେ, ମୋ ପୂର୍ବତନ ବନ୍ଧୁ ଦାନ୍‌ଭେ ଏଠାରେ ଉପସ୍ଥିତ ଅଛନ୍ତି। ଆମେ ଭାଜପା ଓ ଶିବସେନା ଯଦି ପୁଣି ଏକାଠି ଆସିବୁ ତେବେ ସେ ମୋର ଭବିଷ୍ୟତର ବନ୍ଧୁ। ଜଲାନା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଦାନ୍‌ଭେଙ୍କ ପ୍ରତି ଉଦ୍ଧବଙ୍କ ଏପରି ସମ୍ବୋଧନକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଭବିଷ୍ୟତରେ ଶିବସେନା ଓ ଭାଜପା ମଧ୍ୟରେ ପୁଣି ମେଣ୍ଟ ହୋଇପାରେ ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି। ଏହି ଅବସରରେ ଶିବସେନା ଅଧ୍ୟକ୍ଷ ରେଳ ର ଉଦାହରଣ ଦେଇ କହିଲେ ଯେ ସେ ଏହାକୁ ଭଲ ପାଆନ୍ତି କାରଣ ରେଲଗାଡି କେବେ ଦିଗ ପରିବର୍ତ୍ତନ କରେ ନାହିଁ।କେବଳ ଜରୁରୀ ହେଲେ ଟ୍ରାକ ବଦଳାଇ ଥାଏ, କିନ୍ତୁ ଷ୍ଟେସନରେ ହିଁ ଆସି ପହଞ୍ଚି ଥାଏ। ଏହି ମନ୍ତବ୍ୟ ପୁନର୍ବାର ଉଭୟ ଦଳ ମଧ୍ୟରେ ମେଣ୍ଟ ଆଶା ପ୍ରତି ଇସାରା କରୁଛି।

Leave A Reply

Your email address will not be published.