Webportal

ପୁଜା ଆରମ୍ଭରୁ ଅନୁଗୁଳ ରେ ଦିଶିଲା ପୋଲିସ ର ଗୁଣ୍ଡାରାଜ

ଡିଉଟି ଅଫିସର ପ୍ରଶାନ୍ତ କୁମାର ପ୍ରଧାନଙ୍କ ଦୁର୍ବ୍ୟବହାର

0 622

ସବୁ ବର୍ଷ ପରି ଏଥର ବି ପୂଜା ଋତୁ ଆରମ୍ଭ ହୋଇଯାଇଛି। ଏହା ସହିତ ଆବଶ୍ୟକ ଟ୍ରାଫିକ କଟକଣା ମଧ୍ୟ ଲଗାଯାଇଛି।ଯାହାଦ୍ଵାରା ଜନଗହଳି ପୂର୍ଣ୍ଣ ସ୍ଥାନରେ ଯାନବାହନ ଚଳାଚଳରେ କଟକଣା ଦ୍ବାରା ସାଧାରଣ ଲୋକେ ଆରାମ ରେ ଚଳାଚଳ କରି ପୂଜା ଉପୋଭୋଗ କରି ପାରିବେ। ଏଥିପାଇଁ ଅନୁଗୁଳ ଏସପିଙ୍କ ଦ୍ବାରା ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରଯାଇଛି।

କିନ୍ତୁ ଅନୁଗୁଳ ସହରର ଗାନ୍ଧୀ ଛକ ଠାରେ ଶନିବାର ଦିନ ପ୍ରଶାନ୍ତ କୁମାର ପ୍ରଧାନ ନାମକ ଜଣେ ପୋଲିସ ଏଏସଆଇ ବା କର୍ମଚାରୀ ଅଶିକ୍ଷିତ ଭଳି ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଟ୍ରାଫିକ କଟକଣା ଆରମ୍ଭ ହେଉଥିବା ଜାଗା ପାର୍ଶ୍ଵ ଗଳିକୁ ଯାନବାହନ ନ ଛାଡିବାରୁ ଫାଲତୁରେ ରାସ୍ତା ଅବରୋଧ ବା ଜାମ ହେଉଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ମୂଖ୍ୟ ବଜାର ଭିତରକୁ ଯିବା ପାଇଁ ନିଜ ଇଚ୍ଛାରେ ଅନେକ ଯାନବାହନ ସେ ଛାଡୁ ଥିବାର ମଧ୍ୟ ଆମେ ଦେଖିଥିଲୁ। ଏପରିକି ଗଣମାଧ୍ୟମ ପ୍ରତିନିଧି ଙ୍କୁ ବି ଯାହାକୁ ଅଭିଯୋଗ କରିବା କଥା କର ବୋଲି କହିବାକୁ ପ୍ରଶାନ୍ତ କୁମାର ପ୍ରଧାନ ପଛେଇ ନଥିଲେ। 

ଅନୁଗୁଳ ର ବର୍ତ୍ତମାନ ଏସପି ଲୋକଙ୍କ ଅଭିଯୋଗ ଠିକ ଭାବେ ବୁଝି ସୁନାମ ଅର୍ଜନ କରୁଥିବା ବେଳେ ପ୍ରଶାନ୍ତ ବାବୁଙ୍କ ଭଳି ପୋଲିସ କର୍ମଚାରୀ ଙ୍କ ପାଇଁ ଏସପିଙ୍କ ସହିତ ପୁରା ପୋଲିସ ବିଭାଗ କୁ ଜନତା ଖଳନାୟକ ଭାବେ ଦେଖୁଛନ୍ତି।

ଆମେ ଅନୁଗୁଳ ଏସ୍ପିଙ୍କୁ ଯୋଗାଯୋଗ କରିଥିଲୁ ଓ ସେ ଏ ଘଟଣା ଉପରେ ପଦକ୍ଷେପ ନେବେ ବୋଲି କହିଥିଲେ।

Leave A Reply

Your email address will not be published.