Webportal

ନୂଆ ସଂସଦ ଭବନରେ ହୋଇପାରେ ଏ ବର୍ଷର ଶୀତ ଅଧିବେଶନ

0 362

ଚଳିତ ବର୍ଷ ଲୋକସଭାର ଶୀତକାଳୀନ ଅଧିବେଶନ ନୂତନ ସଂସଦ ଭବନରେ ବସିପାରେ ବୋଲି ଶନିବାର ଦିନ ବାଚସ୍ପତି ଓମ୍‌ ବିର୍ଲା ସାମ୍ବାଦିକମାନଙ୍କୁ କହିଛନ୍ତି।

ବିର୍ଲା କହିଛନ୍ତି ଯେ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଛୁ। ନୂଆ ସଂସଦ ଭବନହିଁ ଆତ୍ମନିର୍ଭର ଭାରତର ଚିତ୍ରକୁ ସ୍ପଷ୍ଟ ଭାବେ ଦେଖାଇବ। ବୈଷୟିକ ଏବଂ ନିରାପତ୍ତା ଦୃଷ୍ଟିରୁ ପୁରାତନ ସଂସଦ ଭବନଠାରୁ ବହୁଗୁଣରେ ଉନ୍ନତ। କିନ୍ତୁ, ପୁରାତନ ସଂସଦ ଭବନ ସଂସଦର ଅଂଶବିଶେଷ ହୋଇ ରହିବ।

ସେ ଆହୁରି ମଧ୍ୟ କହିଛନ୍ତି, ଗୃହରେ କାର୍ଯ୍ୟହାର ଖୁବ୍‌ ବୃଦ୍ଧି ପାଇଛି। ସମସ୍ତଙ୍କ ସହଯୋଗ ବଳରେ ଗୃହର କାର୍ଯ୍ୟହାର ଏତେ ବୃଦ୍ଧି ପାଇଛି। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଗୃହ ଚାଲୁଛି।

ସବୁ ରାଜନୈତିକ ଦଳ ନିଜ ନିଜର ନେତାମାନଙ୍କ ସହିତ ଆଲୋଚନା କରିବା ଉଚିତ। କେବେ କେମିତି ମୁଁ ବି ଦଳର ନେତାମାନଙ୍କ ସହିତ ଆଳାପ ଆଲୋଚନା କରେ। ଗୃହ ଅବାଧରେ ଚାଲିବା ଉଚିତ ବୋଲି ସେମାନଙ୍କୁ କହେ। ତେଣୁ, ଶୃଙ୍ଖଳା ଏବଂ ଔପଚାରିକତା ରକ୍ଷା କରାଯିବା ଉଚିତ। ସେମାନଙ୍କ ସହଯୋଗ ବଳରେ ଗୃହର କାର୍ଯ୍ୟହାର ଏବଂ ବିତର୍କ ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଦେଶ ସାମ୍ପ୍ରଦାୟିକ ସହାବସ୍ଥାନ ସଂକ୍ରାନ୍ତରେ ବାର୍ତ୍ତା ଦେବା ନିମନ୍ତେ ନୂଆ ସଂସଦ ଭବନକୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍‌ କଲାମ୍‌ଙ୍କ ନାମାନୁସାରେ ନାମିତ କରିବା ଲାଗି ଗତ ମେ ମାସରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଥିଲା।

କେନ୍ଦ୍ର ନଗରାଞ୍ଚଳ ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ଅକ୍ଟୋବର ମାସରେ ନୂଆ ସଂସଦ ଭବନ ନିର୍ମାଣ ଶେଷ ହେବ।

Leave A Reply

Your email address will not be published.