Webportal

ନୀୟମ ମାନନ୍ତୁ:ପୋଲିସକୁ ସହଯୋଗ କରନ୍ତୁ:ସୁସ୍ଥ ରୁହନ୍ତୁ

0 314

କରୋନା ନାମକ ଅଦୃଶ୍ୟ ଶତ୍ରୁ ଦାଉରୁ ରକ୍ଷା କରିବା ପାଇଁ ଲକ ଡାଉନ ଘୋଷଣା କରାଯାଇଛି।
ଆମେ ଆଶାକରୁଛୁ ସମସ୍ତେ ଏ ପର୍ଯ୍ୟନ୍ତ କରୋନା ଓ ଲକ ଡାଉନ ବିଷୟରେ ବିସ୍ତୃତ ଭାବେ ଜାଣି ସାରିଛନ୍ତି।

ଅମାନିଆ ଲୋକଙ୍କୁ ବୁଝାଇବା ପାଇଁ ପୋଲିସ ମୁତୟନ ଅଛନ୍ତି ଏବଂ ବହୁତ ପ୍ରଶଂସନୀୟ ଭାବେ ସେମାନେ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରୁଛନ୍ତି।ସେମାନେ ସବୁ ଜାଗାରେ ଜଗି ବୁଝାଇବା ସମ୍ଭବ ନୁହେଁ।

ଏହାର ଫାଇଦା ନେଇ କିଛି ଲୋକ ବିନା କାରଣରେ ବୁଲିବାରେ ବ୍ୟସ୍ତ ଅଛନ୍ତି।
ଏହାଦ୍ବାରା ସେମାନେ ନିଜ ସହ ପରିବାର ଓ ସମାଜ ପାଇଁ ବିପଦ ସୃଷ୍ଟି କରୁଛନ୍ତି।

ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ସେମାନେ ଅତି ଜରୁରୀ ନ ହେଲେ ଘରୁ ବାହାରନ୍ତୁ ନାହିଁ।ଯେଉଁ ସେବା ପାଇଁ ହୋମ ଡେଲିଭରି ସୁବିଧା ଅଛି ତାହାର ଉପଯୋଗ କରନ୍ତୁ।

ପୋଲିସ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ କରୁଥିବା ଡିଉଟି ରେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରନ୍ତୁ।

Leave A Reply

Your email address will not be published.