Webportal

ନିଷ୍ଟୁର ଅଧିକାରୀ; ନବେ ବର୍ଷୀୟା ବୃଦ୍ଧା ଚାଉଳ ଗଣ୍ଡେ ପାଇଁ ଚାଲିଲେ ଦେଢ଼ କିଲୋମିଟର

0 232

ପରିଣତ ବୟସରେ ପିଡିଏସ ଚାଉଳ ପାଇଁ ଦେଢ଼ କିଲୋମିଟର ବାଟ ଚାଲିଲେ ୯୦ ବର୍ଷୀୟା ବୃଦ୍ଧା କାଳୀ ଯେନା। ଚାଲିବାକୁ ଗୋଡ଼ରେ ବଳ ନାହିଁ। ଶରୀରରେ ସାମର୍ଥ୍ୟ ବି ନାହିଁ। ତଥାପି ପେଟ ଚାଖଣ୍ଡକ ପାଇଁ ଆଶାବାଡ଼ିକୁ ସାହାରା କରି ଖରାରେ ଚାଲିଚାଲି ଯାଉଛନ୍ତି ଏହି ବୃଦ୍ଧା। ଏଭଳି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ର ଅଳକୁଣ୍ଡ ପଞ୍ଚାୟତରେ।

ଅଳକୁଣ୍ଡ ପଞ୍ଚାୟତ ୧୪ ନମ୍ବର ୱାର୍ଡ ବନ୍ଧସାହିର ସ୍ବର୍ଗତ ଅନନ୍ତ ଯେନାଙ୍କ ପତ୍ନୀ କାଳୀ ଯେନା। ୩୦ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକୁଟିଆ ଝାଟିମାଟି ଘରେ ରହୁଛନ୍ତି। ରାସନ କାର୍ଡରେ ପାଉଥିବା ଚାଉଳ ପାଇଁ ତାଙ୍କୁ ବହୁ ଦହଗଞ୍ଜ ହେବାକୁ ପଡୁଛି। ବର୍ଷା, ଶୀତ ହେଉ କି ଖରା, ସବୁଥିରେ ଚାଉଳ ପାଇଁ ତାଙ୍କୁ ଘରଠାରୁ ଦେଢ଼ରୁ ଦୁଇ କିଲୋମିଟର ବାଟ ଅଳକୁଣ୍ଡ ଗ୍ରାମକୁ ଚାଲିଚାଲି ଯାଉଛନ୍ତି। ଡିଲରଙ୍କ ପାଖରୁ ଚାଉଳ ନେଉଛନ୍ତି। ଅଣ୍ଟା ପିଠି ନଇଁ ଯାଇଥିବାରୁ ବହୁ କଷ୍ଟରେ ସେ ଚାଲିଥାନ୍ତି। ଅନେକଥର ବସିଉଠି ବାଟ ଚାଲିଥାନ୍ତି।

ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ନିୟମ ଅନୁଯାୟୀ ଏଭଳି ହିତାଧିକାରୀଙ୍କୁ ତାଙ୍କ ପାଖରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ ଆସୁଥିବା ସାମଗ୍ରୀ ପହଞ୍ଚାଇବା କଥା। ନିୟମ ଥିଲେ ମଧ୍ୟ କାଳୀ ଯେନାଙ୍କ ପାଖରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

 

Leave A Reply

Your email address will not be published.