Webportal

ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଗ୍ରହଣ ସମୟରେ ପାତରଅନ୍ତର ଆଚରଣ ପ୍ରଦର୍ଶନ

0 207

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉକି ଚଳିତ ପୌରନିର୍ବାଚନ ହେଇ ରାଜ୍ୟରେ ହାତ ଗଣତି ଉପଜିଲ୍ଲାପାଳ ମାନଙ୍କର ଆଚରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବାର ଦେଖାଯାଏ।ଆଚରଣ ଦେଉଛି ନିର୍ବାଚନ ଲଢ଼ିବା ପାଇଁ କିଛି ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଅପମାନିତ ଅନୁଭବ କରିବା।କିଛି ସ୍ଥାନରେ ଦେଖାଯାଉଛି ଯେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପଜିଲ୍ଲାପାଳ ତାଙ୍କର ଆସନରେ ବସି ରହୁଛନ୍ତି ଓ ପ୍ରାର୍ଥୀ ଛିଡାହେଇ ପ୍ରାର୍ଥୀପତ୍ର ତାଙ୍କୁ ପ୍ରଦାନ କରୁଛନ୍ତି।ଅପମାନିତ ମନେ କରିବାର ନିର୍ଦ୍ଦିଷ୍ଟ କାରଣ ହେଲା କିଛି ନିର୍ଦ୍ଦିଷ୍ଟ ନେତା ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ସେହି ଉପଜିଲ୍ଲାପାଳ ଛିଡାହୋଇ ପ୍ରାର୍ଥୀଙ୍କୁ ଉପଯୁକ୍ତ ସଂମାନ ଦେଇ ତାଙ୍କଠାରୁ ପ୍ରାର୍ଥୀପତ୍ର ଗ୍ରହଣ କରୁଛନ୍ତି।

ଯଦି ନେତାଙ୍କ ସହିତ ଏହି ବ୍ୟବହାର ତେବେ ସାଧାରଣ ଜନତାଙ୍କୁ ସେମାନେ କିପରି ବ୍ୟବହାର ପ୍ରଦର୍ଶନ କରୁଥିବେ ତାହା ସହଜରେ ଅନୁମେୟ।ଆମ ପାଖରେ ସେହି ନିର୍ଦ୍ଦିଷ୍ଟ ଉପଜିଲ୍ଲାପାଳ ମାନଙ୍କ ଏହିପରି ଆଚରଣ କରୁଥିବାର ଫୋଟୋ ଅଛି।ତାଙ୍କର ସଂମାନ ଓ ସାଧାରଣ ଲୋକଙ୍କ ତାଙ୍କ ଉପରୁ ଭରସା ନ ଉଠିବା ପାଇଁ ଆମେ ତାହା ପ୍ରକାଶ କରୁନାହୁଁ।ଆଶା କରୁଛୁ ସେହିଭଳି ଉପଜିଲ୍ଲାପାଳ ମାନେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବେ .

Leave A Reply

Your email address will not be published.