Webportal

ନଦୀରେ ବୁଡି ମୃତ

0 239

 

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପାଟକମୁଣ୍ଡା ପଞ୍ଚାୟତ କେରଜାଙ୍ଗ ଗ୍ରାମର ଜଣେ ବୃଦ୍ଧ ଙ୍କର ନଦୀରେ ବୁଡି ମୃତ୍ୟୁ ହୋଇଛି ।ମୃତକ ଜଣକ ହେଉଛନ୍ତି କେରଜାଙ୍ଗ ଗ୍ରାମର ଘନଶ୍ୟାମ ବେହେରା ବୋଲି ଜଣାପଡିଛି ।ଘଟଣାରୁ ପ୍ରକାଶ ଶ୍ୟାମଘନ ବିଲରୁ କାମସାରୀ ଟିକିରା ନଦୀ ପାର ହୋଇ ଘରକୁ ଫେରୁଥିବା ବେଳେ ନଦୀର ପ୍ରଖର ସ୍ରୋତରେ ବୁଡି ଯାଇଥିଲେ ।ଏହା ଦେଖି ସ୍ଥାନୀୟ ଲୋକମାନେ ବୁଡି ଯାଉଥିବା ଦେଖି ଶ୍ୟାମଘନଙ୍କୁ ପାଣିରୁ ଉଦ୍ଧାର କରିବା ସହିତ ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ଛେଣ୍ଡିପଦା ପୋଲିସ ଡାକ୍ତରଖାନା ପହଁଚି ଶବକୁ ଜବତ କରିବା ସହିତ ଅପମୃତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.