Webportal

ଦେଶ ସ୍ଵାଧୀନ ହେବାପରେ ପ୍ରଥମଥର ପାଇଁ ବିଦ୍ୟୁତ ସଂଯୋଗ ପାଇଲେ ଗ୍ରାମବାସୀ

0 247

ଅନୁଗୁଳ ଜିଲ୍ଲ‍ା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ମଇମୁରା ପଞ୍ଚାୟତ ବିପ୍ରଡିହ ଗ୍ରାମବାସୀଙ୍କ ପାଇଁ ଆସିଲା ବେସ ଖୁସିର ଲହରୀ। ଦେଶ ସ୍ଵାଧୀନତା ଲାଭର ୭୩ ବର୍ଷ ପରେ ବଣପାହାଡ଼ ଘେରା ଏହି ଗାଁ ଲୋକେ ପାଇଛନ୍ତି ବିଦ୍ୟୁତ ସଂଯୋଗ।ଗାଁର ପରିବାର ସଂଖ୍ୟା ୮୦ରୁ ଅଧିକ। ଦୁର୍ଗମ ଅଞ୍ଚଳ ଯୋଗୁଁ ଗାଁକୁ ବିଦ୍ୟୁତ୍ ଲାଇନ୍ ଯାଇପାରିନଥିଲା । ବହୁବର୍ଷ ଧରି ଗ୍ରାମବାସୀଙ୍କ ଦାବି ପରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାରେ ଗାଁକୁ ବିଦ୍ୟୁତ୍‌ ଯୋଗାଣ ହୋଇଛି। ବଇଣ୍ଡା ସେସୁ ଏସ୍‌ଡିଓ ମୋହନ ନାଏକ ଗତକାଲି ଗାଁରେ ଟ୍ରାନ୍ସଫର୍ମର ଉଦ୍‌ଘାଟନ କରି ବିଦ୍ୟୁତ ସଂଯୋଗ ଆରମ୍ଭ କରିଥିଲେ। ଏକ ସପ୍ତାହ ମଧ୍ୟରେ ଗାଁର ସମସ୍ତ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ଶ୍ରୀ ନାଏକ ସୂଚନା ଦେଇଥିଲେ।

Leave A Reply

Your email address will not be published.