Webportal

ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ

0 214

ଆଜି ଠାରୁ ଅନୁଗୁଳ ଜିଲାର ବିଭିନ୍ନ ଅଂଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦ୍ଵାରା ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ ହୋଇ ଚାଷୀଙ୍କ ନିକଟରୁ ଧାନ କିଣା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ହୋଇଥିବା ଜିଲା ସ୍ତରୀୟ ଧାନକ୍ରୟ କମିଟିରେ ସ୍ଥିର କରାଯାଇଥିଲା ଯେ ଖରିଫ ବିପଣନ ୨୦୨୨-୨୩ବର୍ଷରେ ହେବାକୁ ଥିବା ଧାନ କ୍ରୟ ଡିସେମ୍ବର ୨୦ ତାରିଖରେ ଆରମ୍ଭ ହେବ। ତଦଅନୁଯାୟୀ ମଙ୍ଗଳବାର ସକାଳ ୧୦ଟା ସମୟରେ ଛେଣ୍ଡିପଦା ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିରେ ସମସ୍ତ ଜିଲା ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲାପାଳ ମଣ୍ଡି ଉଦଘାଟନ କରିଥିଲେ। ଜିଲାପାଳ ଚାଷୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସୁଚାରୁ ରୂପେ କିପରି ଚାଷୀ ମାନେ ଆସି ନିଜର ଧାନ ବିକ୍ରି କରିପାରିବେ ଏନେଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ଚାଷୀ ମାନଙ୍କୁ ଏଫଏକ୍ୟୁ ମାନର ଧାନ ଆଣିବାକୁ ଉପଦେଶ ଦେଇଥିଲେ। ପ୍ରଥମ ଦିବସରେ ଟୋକନ ପାଇ ମଣ୍ଡିକୁ ଧାନ ଆଣିଥିବା ୧୦ଜଣ ଚାଷୀଙ୍କ ୬୬୧ବସ୍ତା ଧାନ ଆଣିଥିଲେ। ଏହି ମଣ୍ଡି ସହ ସଂଯୋଜିତ ହୋଇଥିବା ମା ଭୈରବୀ ରାଇସ ମିଲକୁ ଧାନ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.