Webportal

ଦିଲ୍ଲୀରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌

0 193

ପେଟରେ ଯନ୍ତ୍ରଣା ହେବାରୁ ବୁଧବାର ବିଳମ୍ବିତ ରାତ୍ରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସଂଗୃହୀତ ସୂଚନା ଅନୁସାରେ, ସମ୍ପ୍ରତି ଜାତୀୟ ରାଜଧାନୀର ସରିତା ବିହାର ଅଞ୍ଚଳରେ ଅବସ୍ଥିତ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ମୁଖ୍ୟମନ୍ତ୍ରୀ ମାନ୍‌ଙ୍କର ପେଟରେ ସଂକ୍ରମଣ ହୋଇଛି।

ରାଜ୍ୟରେ ଦୁଇଜଣ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ନିପାତ କରିବାରେ ସଫଳ ହୋଇଥିବା ରାଜ୍ୟ ପୁଲିସ ଏବଂ ‘ଆଣ୍ଟି-ଗ୍ୟାଙ୍ଗ୍‌ଷ୍ଟର୍‌ ଟାସ୍କ୍‌ ଫୋର୍ସ’ଙ୍କୁ ବୁଧବାର ଦିନ ବେ‌ଳା ପଞ୍ଜାବର ମୁଖ୍ୟମନ୍ତ୍ରୀ ମାନ୍‌ ଅଭିନନ୍ଦନ ଜଣାଇଥିଲେ

ଜୁଲାଇ ୭ ତାରିଖ ଦିନ ମାନ ପାରମ୍ପରିକ ଶିଖ୍ ବିବାହ ଅନୁଷ୍ଠାନ ‘ଆନନ୍ଦ କରଜ’ ଅନୁସାରେ, ଡାକ୍ତର ଗୁର୍‌ପ୍ରୀତ୍‌ କୌର୍‌ଙ୍କୁ ବିବାହ କରିଥିଲେ।

Leave A Reply

Your email address will not be published.