Webportal

ଦାଦନ ଖଟିବାକୁ ଯାଇ ମୃତ

0 315

ଏପରି ଏକ ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ମୁକ୍ତାପୁର ଗ୍ରାମରେ । ସେହି ଗ୍ରାମର ଗରୀବ ଆଦିବାସୀ ବାପ ମାଆ ଛେଉଣ୍ଡ 12 ବର୍ଷ ର ସୁଶାନ୍ତ ନାୟକ ଦୁଇ ମାସ ପୂର୍ବେ ଦାଦନ ଖଟିବା କୁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରୁଗୁଡିହି ସ୍ଥିତ ସିଂ ଷ୍ଟୋନ କ୍ରସର ରେ କାମ କରିବାକୁ ଯାଇଥିବା ବେଳେ ଗତକାଲି ହଠାତ ତାର ମୃତଦେହ ପାଳଲହଡା ଡାକ୍ତରଖାନାକୁ ଆଣି ଛାଡି ଦିଆ ଯାଇଥିଲା ଓ କ୍ଷତି ପୁରଣ ବାବଦରେ ୧୦ ହଜାର ଟଙ୍କା ପାଳଲହଡା ପୁଲିସ ସହାୟତାରେ ପ୍ରଦାନ କରି ଶବ କୁ ପୋଷ୍ଟମୋର୍ଟମ କରି ହସ୍ତାନ୍ତର କରା ଯାଇଥିଲା ।  କାଲି ଠାରୁ ଶିଶୁ କୁ ହତ୍ୟା କରା ଯାଇଥିବା ପ୍ରତିବାଦରେ ଶବକୁ ଦାହ ନକରି ଆଜି ୪୯ ନମ୍ବର ଜାତୀୟ ରାଜପଥ ଉପରେ ଶବ ରଖି ତଦନ୍ତ ଦାବୀ ରେ ଧାରଣା ରେ ବସିଥିଲେ  ଲୋକେ।  ପରେ ରାସ୍ତା ରୋକ ହଟିଥିଲା ସତ ହେଲେ ହତ୍ୟା କାରି କୁ ଗିରଫ ଦାବୀ ରେ ଏପର୍ଯ୍ୟନ୍ତ ରାସ୍ତା କଡରେ ଶବକୁ ରଖି ଶତାଧିକ ସ୍ଥାନୀୟ ଗ୍ରାମବାସୀ ବସି ରହିଥିବା ଦେଖା ଯାଇଛି ଓ ଘଟଣା ସ୍ଥଳରେେ ଉତ୍ତେଜନା ଥିବାରୁ ପୁଲିସ ପକ୍ଷରୁ କଡା ବ୍ୟବସ୍ଥା କରା ଯାଇଛି ।

Leave A Reply

Your email address will not be published.