Webportal

ଡୋନାଲ୍‌ଡ ଟ୍ରମ୍ପ ହ୍ବାଇଟ୍ ହାଉସ୍ କାଗଜପତ୍ର ପାଇଖାନାରେ ଫ୍ଲସ୍ କରୁଥିଲେ

0 127

ଆମେରିକୀୟ ସାମ୍ବାଦିକ ମାଗି ହାବରମ୍ୟାନ ଦାବି କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଖାନାରେ ପକାଇ ଫ୍ଲସ୍ ମାରିଦେଉଥିଲେ। ସିଏନ୍‌ଏନ୍‌ ପକ୍ଷରୁ ସୋମବାର ଏ ସମ୍ପର୍କିତ ଏକ ଫଟୋ ପ୍ରକାଶ କରାଯାଇଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଟ୍ରମ୍ପଙ୍କ ହସ୍ତାକ୍ଷର ଥିବା ଦୁଇଟି କାଗଜପତ୍ର ପାଇଖାନାରେ ଫ୍ଲସ୍ କରାଯାଇଛି। ରିପୋର୍ଟରେ ଲେଖାଯାଇଛି ଯେ ଟ୍ରମ୍ପ ନିୟମିତ ଭାବେ ଏହିପରି ହ୍ବାଇଟ୍‌ ହାଉସ୍‌ର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଫ୍ଲସ୍ କରୁଥିଲେ। ଫଳରେ ବେଳେବେଳେ ପାଇଖାନା ଜାମ୍ ହୋଇଯାଉଥିଲା ଏବଂ ମରାମତି କଲାବାଲା ସେ କାଗଜଗୁଡ଼ିକୁ ପାଇଖାନାରୁ ବାହାର କରୁଥିଲେ। ତେବେ ଟ୍ରମ୍ପ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କହିଛନ୍ତି ଏହା ମିଥ୍ୟା ଓ ମନଗଢ଼ା।

Leave A Reply

Your email address will not be published.